ଜାତୀୟ ରାଜପଥରେ ଜଳିଗଲା କାର୍‌

ଚଣ୍ଡିଖୋଲ: ୧୬ ନମ୍ବର ଜାତୀୟ ରାଜପଥରେ ବାଲେଶ୍ୱରରୁ କଟକ ଯାଉଥିବା ଏକ କାର୍‌ରେ ଆଜି ସକାଳେ ହଠାତ୍‌ ନିଆଁ ଲାଗିଯାଇଥିଲା। ରାଜପଥର ବଡ଼ଚଣା ଥାନା ନିକଟରେ ନିଆଁ ଲାଗି ଯାଇଥିବା ବ‌େଳେ କାର୍‌ ଚାଳକ ଓ ୪ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ବଡ଼ଚଣା ପୁଲିସ ପହଞ୍ଚି କାର୍‌ ଚାଳକକୁ ପଚରାଉଚରା କରିଥିଲେ।

କାର୍‌ଟି ସମ୍ପୂର୍ଣ ଜଳିଯାଇଥିଲା। ଜଳି ଯାଇଥିବା କାର୍‌ଟି ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସେଥିରେ ଥିବା ଲୋକଙ୍କୁ ପୁଲିସ ବସ୍‌ ଯୋଗେ କଟକ ପଠାଇଥିଲା।

ସମ୍ବନ୍ଧିତ ଖବର