ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ରାହାଣିଆ ଗ୍ରାମରେ ଅଚାନକ ନିଆଁ ଲାଗି ଏକ କାର୍ ଜଳିଯାଇଛି। ସୌଭାଗ୍ୟବଶତଃ ଏଥିରେ ଥିବା ଗୋଟିଏ ପରିବାରର ଜଣେ ଶିଶୁ ସମେତ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ୧୨ଟା ବେଳେ କେନ୍ଦ୍ରାପଡା ଜିଲ୍ଲା କୁହୁଡି ଅଞ୍ଚଳର ଦାମୋଦର ମହାରଣା ତାଙ୍କ ପରିବାର ସହ ଏକ ମାରୁତି ସୁଜୁକି ସେଲେରିଓ (ଓଡି୦୨ଏକ୍ୟୁ୩୮୬୦)ରେ ରାହାଣିଆ ଗ୍ରାମର ନିଜ ଭଉଣୀ ଘର ପ୍ରମୋଦ କୁମାର ଓଝାଙ୍କ ଘରକୁ ଆସିଥିଲେ । ଗାଡିଟି ଘର ପାଖରେ ପହଞ୍ଚିବା ମାତ୍ରେ ହଠାତ୍ ସେଥିରୁ ଧୂଆଁ ବାହାରି ଜଳିବାକୁ ଲାଗିଥିଲା । ଗାଡ଼ିରେ ବସିଥିବା ଦାମୋଦର, ସ୍ତ୍ରୀ ଅନିମା, ୬ ମାସର ଶିଶୁପୁତ୍ର ଅୟୁନ୍, ଭଉଣୀ ଅନସୂୟା, ଭାଣିଜୀ କାଜଲ କୌଶଳ କ୍ରମେ ବାହାରି ଆସିବା ପରେ ଗାଡିଟି ସଂପୂର୍ଣ୍ଣ ଜଳିଯାଇଥିଲା । ଖବର ପାଇ କୁଆଁପାଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/mahanga-JALANTA-CAR.jpg)