କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ୪ ଗୁରୁତର

ଯାଜପୁରସଦର/ହରିପୁର:  ବରୁଆଁ-କୁଆଖିଆ ରାସ୍ତାର ହରିପୁର ମେଡ଼ିକାଲ ଛକରେ କାର- ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍‌ଣରେ ଅନନ୍ତ ଜ୍ୟୋତି ନାମକ ଏକ ଘରୋଇ ବସ୍ ଯାଜପୁର ଛତ୍ରପଡ଼ା ଅଭିମୁଖେ ଆସୁଥିବା ବେଳେ ଏକ କାର୍ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ହରିପୁର ମେଡ଼ିକାଲ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ କାରରେ ଥିବା ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତ ସମିତିସଭ୍ୟ ଶାନ୍ତନୁ ମଲ୍ଲିକ ଗୁରୁତର ଆହତ ହୋଇଥିଲେ । ସେହିପରି  ସରପଞ୍ଚ ବିରଜା ମଲ୍ଲିକ, ଚନ୍ଦ୍ରକାନ୍ତ ଦାସ, ଭାଗୀରଥି ସାହୁ ପ୍ରମୁଖ ଆହତ ହୋଇଥିଲେ । ସମିତିସଭ୍ୟ ଶାନ୍ତନୁ ମଲ୍ଲିକଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ଜଣ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେହିପରି ବସ୍‌ରେ ଥିବା କିଛିଯାତ୍ରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର