କୋରାପୁଟ ଘାଟିରେ ହୁ ହୁ ହୋଇ କାର ଜଳିଗଲା, ବର୍ତ୍ତିଗଲେ ଚାଳକ 

ଜୟପୁର/କୋରାପୁଟ: ଆଜି ସଂଧ୍ୟା ୪ଟା ୫୦ ବେଳେ ଜୟପୁର-କୋରାପୁଟ ଘାଟିର ଅର୍ଦ୍ଧନାରୀଶ୍ବର ମନ୍ଦିର ନିକଟରେ ଗୋଟିଏ କାରରେ ନିଆଁ ଲାଗି ହୁ ହୁ ହୋଇ ଜଳି ଯାଇଛି। ମିଳିଥିବା ସୂଚନା ମୁତାବକ, କୋରାପୁଟର ସୁରତ ଗୌଡ଼ ନାମକ ଜୈନେକ ବ୍ୟକ୍ତି ନିଜ କାରରେ ଜୟପୁର ଆସି ଘରକୁ ଫେରୁଥିବା ବେଳେ ଅଚାନକ ଭାବେ ନିଜ କାରରେ ନିଆଁର ଧୁଆଁ ବାହାରୁଥିବା ଦେଖିଥିଲେ। ସେ କାଳ ବିଳମ୍ବ ନ କରି କାରକୁ ରାସ୍ତା ପାର୍ଶ୍ବରେ ପାର୍କିଂ କରି ବାହାରକୁ ବାହାରି ପଡ଼ିଥିଲେ। ତେବେ ଠିକଣା ସମୟରେ ସୂରତ ବାହାରକୁ ବାହାରି ପଢ଼ିଥିବାରୁ ବଂଚିଯାଇଥିଲେ। ତା ପରେ ଗାଡ଼ିର ନିଆଁ ବଢ଼ିବା ସହ ହୁ ହୁ ହୋଇ ଚାରି ଆଡ଼େ ବ୍ୟାପିବା ସହ କାର ଜଳିବାକୁ ଲାଗିଥିଲା। କିଛି ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ବାଇକ, କାର, ଜିପ୍ , ଭାରୀଯାନ ଆଦି ରହିଯାଇଥିଲା। ପରେ ଜୟପୁର ଅଗ୍ନିଶମ ବିଭାଗ ସୂଚନା ପାଇ ଘଟଣାସ୍ଥଳକୁ ଆସି ଏହାକୁ ଲିଭାଇଥିବା କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକ।

ସମ୍ବନ୍ଧିତ ଖବର