ବରଗଡ଼: ରବିବାର ବରଗଡ଼ରେ ଏକ ଚଳନ୍ତା କାର୍‌ ରାସ୍ତା ଉପରେ ଜଳି ଯାଇଛି। ବିଜେପୁରରୁ ତିନିଜଣ ବ୍ୟକ୍ତି ଏକ କାର୍‌ (ଓଡି୧୭-୨୫୨୫)ରେ ବରଗଡ଼ ଫେରୁଥିଲେ। ଅମ୍ବାପାଲି ନିକଟରେ କାର୍‌ଟି ହଠାତ୍‌ ଜଳିଯାଇଥିଲା। କାର୍‌ରେ ବସିଥିବା ବ୍ୟକ୍ତିମାନେ ଓହ୍ଲାଇ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ କାର୍‌ଟି ସଂପୂର୍ଣ୍ଣ ଜଳିଯାଇଥିଲା।

Advertisment