ଓଭର ବ୍ରିଜ୍‌ ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

କଟକ: ବେଗ ଅନୁସାରେ ଗଡୁଥିଲା ଗାଡି । କେହି କିଛି ବୁଝିବା ଆଗରୁ ହଠାତ୍ କେମିତି କେଜାଣି ଜଳିବାକୁ ଲାଗିଲା କାର । ଚଳନ୍ତା ଅବସ୍ଥାରେ ହୁତୁ ହୁତୁ ହୋଇ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ଏପରି ଘଟଣା ଘଟିଛି କଟକ ମଧୁପାଟଣା ଓଭର ବ୍ରିଜ ନିକଟରେ ଜଳନ୍ତା କାରରେ ନିଆଁ।

ସୂଚନା ଅନୁସାରେ କଟକ ଦେଇ ଭୁବନେଶ୍ବର ଯାଉଥିଲା ଏକ କାର । ମଧୁପାଟଣା ବ୍ରିଜ ନିକଟରେ ହଠାତ କାରଟି ଜଳିବାକୁ ଲାଗିଲା । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର ଚାଳକ ଜଣକ । ଘଟଣାସ୍ଥଳରେ ମଧୁପାଟଣା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁର ଭୟଙ୍କର ଥିଲା । ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର