ଜଳିଗଲା କାର ଅଳ୍ପକେ ବର୍ତ୍ତିଲେ ୩ ଜଣ

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନାରୁ ୨ କିମି ଦୂର ଚମକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାରଟି ଜଳି ଯାଇଥିବାବେଳେ ସ୍ଥାନୀୟ ଲୋକ ଗାଡି ଭିତରୁ ୩ ଜଣ ଆରୋହୀଙ୍କୁ ଉଦ୍ଧାର କରିଛନ୍ତି।

ଘଟଣାରୁ ପ୍ରକାଶଯେ, ଆଜି ଅପରାହ୍ନ ୩ଟାରେ କରଞ୍ଜିଆ ବ୍ଲକ ତାଟୋ ଓ ବଡଗାଁ ଅଞ୍ଚଳରୁ ଏକ କାର (ଓଡି ୦୧ସି-୪୦୨୨)ରେ ଚିତ୍ତରଞ୍ଜନ ନାୟକ(୨୨), ଝରଣ କୁମାର ମହାନ୍ତ (୩୦) ଓ କମଳକୃଷ୍ଣ ମହାନ୍ତ ବାହାଘର ପାଇଁ ମାର୍କେଟିଙ୍ଗ କରିବାକୁ ଭୂବନେଶ୍ବର ଯାଉଥିଲେ। ସେମାନେ ଚମକପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ୨ଟି ବଡ଼ ଶାଳ ଗଛକୁ ଧକ୍କା କରିଥିଲେ। ଶବ୍ଦ ଶୁଣି ଲୋକମାନେ ଦୌଡ଼ି ଆସିଥିଲେ। ଗାଡ଼ି ଭିତରେ ରହିଯାଇଥିବା ୩ ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ କାରଟି ଜଳିବାକୁ ଆରମ୍ଭ କରିଥିଲା। ଲୋକଙ୍କୁ ଉଦ୍ଧାର କରିବା ପରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଚିତ୍ତରଞ୍ଜନ ନାୟକକୁ ଥାନା ଅଟକ ରଖିଥିବାବେଳେ ଡ୍ରାଇଭର ପାଖରେ ବସିଥିବା କମଳ କୃଷ୍ଣ ମହାନ୍ତଙ୍କ ଛାତିରେ ଆଘାତ ଲାଗିଥିବା କାରଣରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମସ୍ତେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର