ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର ରମେଶ ମଲ୍ଲିକ, ଫୁଟବଲ ପଡ଼ିଆ ନିକଟରେ ଏକ କବାଡି ଗୋଦାମ ତଥା ନିକଟରେ ଏକ ଘର କରି ରହିଆସୁଛନ୍ତି। ଗତ ରାତିରେ କେହି ଦୁର୍ବୃତ୍ତ ଆସି ରମେଶଙ୍କ ଘର ନିକଟରେ ବାଣ ବିସ୍ଫୋରଣ କରିଥିଲେ। ଶବ୍ଦ ଶୁଣି ରମେଶ ବାହାରକୁ ବାହାରି ଟର୍ଚ୍ଚ ମାରି ଦେଖିଲେ କେହି ନାହାନ୍ତି। ତେଣୁ ଯାଇକି ଶୋଇ ପଡିଲେ। ପୁଣିଥରେ ଘରର ଅତି ନିକଟରେ ଶବ୍ଦ ଶୁଣି ବାହାରକୁ ବାହାରିବାକୁ ଚେଷ୍ଟା କରି ଦେଖିଲେ ଯେ, ବାହାର ପଟୁ କେହି କବାଟ ବନ୍ଦ କରି ଦେଇଛନ୍ତି। ପରେ କିଛି ସମୟ ପରେ ଗ୍ରାମବାସୀ ନିଆଁ ଜଳୁଥିବା ଦେଖିବାକୁ ପାଇଲେ ଏବଂ ସାଙ୍ଗେସାଙ୍ଗେ ଗ୍ରାମର ଅନ୍ୟମାନଙ୍କୁ ମୋବାଇଲ ଦ୍ୱାରା ଜଣାଇଲେ । ଗ୍ରାମର ଲୋକମାନେ ପହଞ୍ଚି ଦେଖନ୍ତି ତ ରମେଶଙ୍କ ଘର କବାଟ ବାହାରପଟୁ ବନ୍ଦ ଅଛି ଏବଂ ତାଙ୍କ କାର୍ ସିଜି ୦୪ ଏଚ୍ଡି୭୬୯୬ରେ ନିଆଁ ଲାଗିଛି। କାର୍ଟି ୮୦ ଭାଗ ପୋଡ଼ି ଯାଇଛି । ଖବର ପାଇଁ ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ପହଞ୍ଚି ତଦନ୍ତ କରିଛନ୍ତି। କାର୍ଟି ପୁରୁଣା ଓ କାର ମାଲିକ ପୁଲିସ୍ ସମ୍ମୁଖରେ କେହି ନିଜର ଶତ୍ରୁ ନ ଥିବା କହିଛି। ତେବେ ପୋଡ଼ି ପଛରେ ରହସ୍ୟ କଣ? ନା କିଛି ଶତ୍ରୁତା ତଦନ୍ତ ପରେ ଜଣାପଡ଼ିବ ବୋଲି ଆଇଆଇସି ଶ୍ରୀ ଜେନା ସୁଚନା ଦେଇଛନ୍ତି।
ମଧ୍ୟରାତିରେ ଘର ବାହାରପଟୁ କବାଟ ବନ୍ଦ କଲେ କାର୍ ଜାଳିଦେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2022/07/839e76d4-651c-4c1b-a7a1-3afbf49ba588.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)