ପାଲା ପରିବେଷଣ କରିବା ପାଇଁ ଯାଉଥିଲେ; ବଜାର ଉପରେ ଜଳିଗଲା କାର

ବେଗୁନିଆ: ରାସ୍ତା ଉପରେ ଠିଆ ହୋଇଥିବା ଅବସ୍ଥାରେ ଜଳିଗଲା କାର। ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାଘମାରି ବଜାରରେ ଘଟିଛି ଏଭଳି ଘଟଣା। ସୂଚନା ଅନୁସାରେ ବୋଲଗଡ କଳାଙ୍ଗ ଅଞ୍ଚଳରୁ ଏକ ଗ୍ୟାସ ଚାଳିତ ମାରୁତି ଭ୍ୟାନରେ ପାଲା ପରିବେଷଣ କରିବା ପାଇଁ ଏକ ପାଲା ଦଳ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ବାଘମାରୀ ଥାନା ନିକଟରେ ଗାଡି ରଖି ଓହ୍ଲାଇ ଥଣ୍ଡା ପାନୀୟ ଜଳ ପିଇ ପୁନର୍ବାର ଗାଡି ବସି ଗାଡି ଷ୍ଟାର୍ଟ କରୁଥିବା ବେଳେ ହାଠତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତାପରେ ପାଲା ଦଳ ସହ ଡ୍ରାଇଭର ସୁରକ୍ଷିତ ଗାଡିରୁ ଓହ୍ଳାଇ ବେଗୁନିଆ ଅଗ୍ନିଶମବହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମବାହୀନି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କାର ଡ୍ରାଇଭର ସହ ପାଲା ଦଳ ସୁରକ୍ଷିତ ଥିବା ଜଣାପଡିଥିବା ବେଳେନିଆଁ ଲାଗିବା କାରଣ ଅସ୍ପଷ୍ଟ ଜଣାପଡିଛି।

ସମ୍ବନ୍ଧିତ ଖବର