ଟ୍ରକ ପଛରେ ପଶିଗଲା କାର୍‌, ଡାକ୍ତରଙ୍କ ସମେତ ୪ ଗୁରୁତର

ଚଣ୍ତିଖୋଲ/କଣ୍ଟିଗାଡ଼ିଆ : ବଡ଼ଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ତିଖୋଲ ଛକରେ ଏକ ଟ୍ରକ ପଛରେ କାର୍‌ ପଶିଯିବାରୁ ଡାକ୍ତରଙ୍କ ସମେତ ୪ଜଣ ଗରୁତର ଆହତ ହୋଇଛନ୍ତି। ଯାଜପୁରରୁ ନିଜ ବନ୍ଧୁଘରୁ ଡାକ୍ତରଙ୍କ ପରିବାର ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ଚଣ୍ଡିଖୋଲ ଛକରେ ଆଗରେ ଯାଉଥିବା ଏକ ଟ୍ରକ ହଠାତ ରହି ଯାଇଥିଲା। ଫଳରେ କାରଟି ଟ୍ରକ ପଛରେ ଧକ୍କା ଦେଇଥିଲା। କାରଟି ଚାପିହୋଇଯିବାରୁ ଚାଳକଙ୍କ ସମେତ ୬ ଜଣ ଯାତ୍ରୀ ଫସି ରହିଥିଲେ। ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁଙ୍କ ନେତୃତ୍ବରେ ଏକ ଟିମ୍‌ ପହଞ୍ଚ‌ି ସେମାନଙ୍କୁ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନାକୁ ପଠାଇଥିଲେ। ତନ୍ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଭୁବନେଶ୍ବର ଡୁମୁଡୁମା ହାଉସିଂବୋର୍ଡ କଲୋନିର ଡାକ୍ତର ସସ୍ମିତା ରାୟ(୪୦), ବଡ଼ପ୍ରକାଶ ବାରିକ(୧୨), ଭବେଶ ବାରିକ(୮), ମନସ୍ବିନୀ ବାରିକ(୧୨) ଗୁରୁତର ଥିବା ବେଳେ ମନୋରଂଜନ ବାରିକ(୫୦), ସସ୍ମିତା ପରିଡ଼ା ଆହତ ହୋଇଛନ୍ତି।ଚଣ୍ତିଖୋଲ ଫାଣ୍ତି ଅଧିକାରୀ ସୁଶୀଲ ନାୟକ ପହଞ୍ଚି ତଦନ୍ତ କରିଥି‌ଲେ।

ସମ୍ବନ୍ଧିତ ଖବର