ଗଛରେ ଧକ୍କା ଖାଇଲା କାର୍‌: ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଓ ଅନ୍ୟ ତିନିଜଣ ଆହତ

ବଅଁରପାଳ: ଶନିବାର ପ୍ରତ୍ୟୁଷରେ ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଫାଣ୍ଡି ଅଞ୍ଚଳର ନାଉପାଳ ନିକଟରେ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଓ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ପୂର୍ବତନ ବିଧାୟକ ଯୋଗେଶ ସିଂହ ବ୍ୟକ୍ତିଗତ କାମରେ ପୁରୁଣା ସମ୍ବଲପୁର-କଟକ ରାଜପଥରେ ଭୁବନେଶ୍ୱର ଯାଉଥିଲେ। ତାଙ୍କ ସଙ୍ଗରେ ଥିଲେ ପ୍ରତାପ କୁମାର ରାଉତ ଓ ପ୍ରଦୀପ କୁମାର ସାହୁ। ରାତି ପ୍ରାୟ ୩ଟା ବେଳେ ମହିଧରପୁରସ୍ଥ ନାଉପାଳ କେନାଲ୍‌ ନିକଟରେ ସାମ୍ନାପଟୁ ଗୋଟାଏ ଟ୍ରକ୍‌ ତାଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସୁଥିବା ଦେଖି ଦୁର୍ଘଟଣା ଏଡ଼ାଇବା ଲାଗି ଗାଡ଼ିଚାଳକ ଟଙ୍କଧର ବାଗ ଉଦ୍ୟମ କରୁଥିବାବେଳେ ରାସ୍ତାପାର୍ଶ୍ୱ ଗଛରେ ଗାଡ଼ି ବାଡ଼େଇ ହୋଇ ଯାଇଥିଲା। ଏହା ପରେ ପରେ କାରଟି ଜଳି ଯାଇଥିଲା ।

ଦୁର୍ଘଟଣାରେ ଯୋଗେଶ ସିଂହ, ଗାଡ଼ି ଚାଳକ ଟଙ୍କଧର, ପ୍ରତାପ କୁମାର ରାଉତ ଓ ପ୍ରଦୀପ କୁମାର ରାଉତ ଗୁରୁତର ଆହତ ହୋଇଥିଲେ।

ଧକ୍କା ପରେ ପରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଅନଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ରେଫର୍‌ କରାଯାଇଛି।

ସମ୍ବନ୍ଧିତ ଖବର