କଟକ/ ସମ୍ବଲପୁର, : ଗୁରୁବାର ବିଳମ୍ବିତ ରାତିରେ ସୋହେଲା ଥାନା ଅନ୍ତର୍ଗତ ବନାବିରା ଗାଁ’ର ଏକ ଆଶ୍ରମ ସମ୍ମୁଖରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ଓ ଅନ୍ୟମାନଙ୍କ ଉପରେ ଗୁଳି ମାଡ଼ ତଥା ଆକ୍ରମଣ ଘଟଣାରେ ସଂକଟାପନ୍ନ ଥିବା କାର ଡ୍ରାଇଭର ଡୋଲେଶ୍ୱର ସାହୁ ଓରଫ ମାଗିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ମେଡିକାଲ୍ରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଛି।
ଶାସକ ଦଳର ବିଧାୟକତଥା ମନ୍ତ୍ରୀଙ୍କ ଭାଇ ଓ ତାଙ୍କ ସହଯୋଗୀଙ୍କୁ ଗୁଳି ମରାଯିବା ଘଟଣାରେ ପୁଲିସ ବାସୁଦେବ ନାଏକ, ଦିଗବିଜୟ ଓ ଜୟପ୍ରକାଶ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସୋହେଲା ଥାନା ଅନ୍ତର୍ଗତ ବନାବିରା ଗାଁ’ର ଏକ ଆଶ୍ରମ ସମ୍ମୁଖରେ କେତେକ ବିଜେଡି କର୍ମୀଙ୍କୁ ଆକମର ହେଉଥିବା ଖବର ପାଇ ସୁବ୍ରତ ଓ ସହଯୋଗୀମାନେ ସେଠାକୁ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଥିବା ଅଭିଯୁକ୍ତମାନେ ତାଙ୍କ କାର୍ ଉପର ଗୁଳି ମାଡ଼ କରିଥିଲେ। ଏହା ପରେ ଇଟା ଓ କାଠ ଫାଳିଆରେ ସେମାନଙ୍କୁ ନିସ୍ତୁକ ମାଡ଼ ମାରି ଫେରାର୍ ହୋଇଯାଇଥିଲେ। ଗୁରୁତର ଆହତ ସୁବ୍ରତ, ମାଗି, କାର୍ତ୍ତିକ ନାଗ ଓ ଖଗେଶ୍ୱର ମହାମଲ୍ଲିକଙ୍କୁ ପ୍ରଥମେ ସୋହେଲା ଡାକ୍ତରଖାନା ଓ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ତେବେ ମାଗିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଶୁକ୍ରବାର ରାତିରେ କଟକ ବଡ଼ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିଲା। ତେବେ ସେଠାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଶ୍ରୀ ସାହୁଙ୍କର ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
କାର୍ ଚାଳକ ଡୋଲେଶ୍ୱର ସାହୁଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ
ମନ୍ତ୍ରୀ ସୁଶାନ୍ତଙ୍କ ଭାଇଙ୍କ ଉପରକୁ ଗୁଳିମାଡ଼ ଘଟଣା
/sambad/media/post_attachments/wp-content/uploads/2018/02/SBPHO23-Sohela-Magi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)