ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଓ ବେଲପଡା ବ୍ଲକ ସୀମାରେ ଥିବା ବେଲପଡା ଥାନା ଅନ୍ତର୍ଗତ ମୁଣ୍ଡୋଦର୍ହ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ କାର ପିଟି ହୋଇଥିବା ବେଳେ ଏଥିରେ ବସିଥିବା ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବେଲପଡା ବ୍ଲକ ତେତେଲମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଷ୍ଣୁ ମେହେର କାର (ଓଡି ୦୩ଏକ୍ସ ୧୩୨୫)ରେ ପ୍ରତିଦିନ ପାଟଣାଗଡ଼ରୁ ଯିବା ଆସିବା କରିଥାନ୍ତି। ମଙ୍ଗଳବାର ସ୍କୁଲ ଛୁଟି ହେବା ପରେ ସେ ନିଜ ସହକର୍ମୀ ପୂର୍ଣ୍ଣିମା ମିଶ୍ର, ମମତା ଭୋଇ ଓ ମନୁ ମିଶ୍ରଙ୍କୁ ନେଇ ଆସୁଥିଲେ। ତେବେ ମୁଣ୍ଡୋଦର୍ହ ଛକ ନିକଟରେ ପହଞ୍ଚିବା ବେଳକୁ କାରଟି ଭାରସାମ୍ୟ ହରାଇଥିଲା। ଫଳରେ କାରଟି ରାସ୍ତାକଡରେ ଥିବା ଗଛରେ ପିଟି ହୋଇଥିଲା। ଏଥିରେ କାରଟି ଭାଙ୍ଗି ଯାଇଥିବା ବେଳେ କାରରେ ବସିଥିବା ସଭିଏଁ ଗୁରୁତର ହୋଇ ପଡିଥିଲେ। ସେଠାରୁ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ପୂର୍ଣ୍ଣିମାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମମତା ଭୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବିଷ୍ଣୁ ମେହେର ଓ ମନୁ ମେହେରଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି।
ଏ ସମ୍ପର୍କରେ ବେଲପଡା ପୁଲିସ ଏକ ମାମଲା ରୁଜୁ ଏକ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/964c1d6c-e254-424a-b76e-56b77c11fa74.jpeg)