ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅଞ୍ଚଳରେ ଦୁଇ ଦିନ ଭିତରେ ୨ଟି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ମେଡିକାଲ ଛକ ଠାରେ ରାସ୍ତାକଡରେ ମରାମତି ପାଇଁ ଥିବା ଏକ ମିଶ୍ଚର ମେସିନ୍କୁ କାର ଧକ୍କା ଦେବା ଫଳରେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ବରଗଡ଼ ସହରର ସତ୍ୟ ନାରାୟଣ ଲେଙ୍କା ତାଙ୍କ କାର (ଓଡି ୧୪ସି ୬୩୧୦)ରେ ଭୁବନେଶ୍ୱର ସପରିବାର ଯାଇ ଘରକୁ ଫେରୁଥିବା ସମୟରେ ଆଖିକୁ ନିଦ ଳାଗି ଯିବାରୁ ମଙ୍ଗଳବାର ସକାଳ ୬ଘଣ୍ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ମିଶ୍ଚର ମେସିନକୁ ଧକ୍କା ଦେଇଥିଲେ। ଶ୍ରୀ ଲେଙ୍କାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଉ ଜହ୍ନାପଙ୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ଗାଡିର ସାମ୍ନା ପଟ ଭାଙ୍ଗି ଚୁରୁମlର ହୋଇ ଯାଇଛି। ଖବର ପାଇ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ କୁମୁଦ ଚନ୍ଦ୍ର ଭୋଇ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଂଚି ଗାଡିକୁ ଫାଣ୍ଡିକୁ ଆଣିବା ସହ ତଦନ୍ତ କରୁଥିବା ଜଣା ପଡିଛି।
/sambad/media/post_attachments/wp-content/uploads/2023/05/IMG_20230507_060734-750x430-1.jpg)
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ (ରବିବାର) ଜହ୍ନାପଙ୍କ ଫାଣ୍ଡି ବୁରକଟା ଛକ ନିକଟରେ ଏକ କାର (ଇନୋଭା ଓଡି ୦୨ଏଭି ୬୭୩୨) ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଭୁବନେଶ୍ୱର ନିବାସୀ ମଧୁସୂଦନ ରାଉତ (୩୫) ତାଙ୍କ ପତ୍ନୀ ରୀନା ରାଉତ (୩୦) ଓ ତାଙ୍କ ଦୁଇ ବର୍ଷର ଝିଅ ସହ କୌଣସି ନିଜ କାମରେ ସୋନପୁର ଯାଉଥିଲେ। ସକାଳ ୫ଟାରେ ମଧୁସୂଦନଙ୍କ ଆଖି ଲାଗି ଯିବାରୁ ଗଛରେ ପିଟିହୋଇ ଦୁର୍ଘଟଣାର ସାମ୍ନା କରିଥିଲେ। ଘଟଣାସ୍ଥଳରେ ତାଙ୍କ ପତ୍ନୀ ରୀନାଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଅନ୍ୟମାନେ ସାମନ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ରୀନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/IMG_20230509_063203.jpg)