ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ାସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ରହିଥିବା ରଥକୁ ଧକ୍କା ଦେଇଛି କାର୍। ତେବେ ସୌଭାଗ୍ୟ ବଶତଃ କାରରେ ବସିଥିବା ତିନି ଯୁବକଙ୍କର କିଛି କ୍ଷତି ହୋଇନାହିଁ। ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଟିଏସ୍ ୦୭ ଜିପି ୪୧୭୬ ନମ୍ବର ବିଶିଷ୍ଟ ଗୋଟିଏ କାର୍ ଜୟପୁର ଆଡୁ ଆସୁଥିବା ବେଳେ ଗୁଣ୍ଡିଚା ମନ୍ଦିର ନିକଟରେ ରହିଥିବା ରଥକୁ ଧକ୍କା ଦେଇଥିଲା। କାରରେ ଆସୁଥିବା ୩ ଯୁବକଙ୍କ କହିବା ଅନୁଯାୟୀ ସେମାନେ କଲେଜ ଛାତ୍ର ଏବଂ ସେମାନେ ଭ୍ରମଣ ଉଦ୍ଦେଶ୍ୟରେ ହାଇଦ୍ରାବାଦରୁ ବାହାରିଥିଲେ। ବିଶିଖାପାଟଣାରେ ବୁଲାବୁଲି କରିବା ପରେ ଓଡ଼ିଶା ଦେଇ ପୁଣି ହାଇଦ୍ରାବାଦ ଫେରିବା ଉଦ୍ଦେଶ୍ୟରେ ଜୟପୁର ପହଞ୍ଚିଥିଲେ। ପରେ ମାଲକାନଗିରି ବାଟ ଦେଇ ନିଜ ସହରକୁ ଫେରିବା ସମୟରେ ବୈପାରିଗୁଡା ଠାରେ ରଥକୁ ଧକ୍କା ଦେଇଥିଲେ। ସେମାନ ସୁରକ୍ଷିତ ଥିବାବେଳେ କାରର ଅଗ୍ରଭାଗ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। କାରର ଏୟାର ବେଲୁନ ବାହାରି ପଡ଼ିବାରୁ ସେମାନଙ୍କର କୌଣସି କ୍ଷତି ହୋଇନଥିବା ଯୁବକମାନେ ପ୍ରକାଶ କରିଛନ୍ତି। ଯୁବକ ମାନଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp