ସ୍କୁଟି ଆରୋହୀ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଘାଟିରେ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୫ ଜଣ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତ ନିଲୁଙ୍ଗିଆ ଘାଟିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ କାର୍‌ଟି (ଓଡି ୦୭ ୱାଇ ୩୮୯୯) କନ୍ଧମାଳ ଜିଲ୍ଲା ରାଇକିଆ ଠାରୁ ନୟାଗଡ଼ ଯାଉଥିବା ବେଳେ ନିଲୁଙ୍ଗିଆ ଘାଟିରେ ଏକ ସ୍କୁଟିରେ ଯାଉଥିବା ଦମ୍ପତିକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର ମଧ୍ୟରେ ୫ ଜଣ ରହିଥିଲେ। ଯାହା ସୂଚନା ରହିଛି ବୁଲାଣିରେ ସ୍କୁଟି ନିଜର ଭୁଲ ରାସ୍ତାରେ ନିଲୁଙ୍ଗୀଆ ଆଡ଼କୁ ଯାଉଥିବା ବେଳେ ଅପରପକ୍ଷରୁ ଉକ୍ତ କାର ଯାଉଥିବା ସମୟରେ ମୁହାମୁହି ଦୁର୍ଘଟଣା ହେବା କଥା। କିନ୍ତୁ କାର ଚାଳକ ସ୍କୁଟି ଚାକକଙ୍କୁ ବଞ୍ଚାଇବାକୁ ଯାଇ ନିଜେ ରାସ୍ତାକଡ଼ ଲୁହା ବାଡ଼ରେ ଲାଗି ଦୁର୍ଘଟଣା ହୋଇଥିଲା। ପରେ କାର ସମ୍ମୁଖ ଭାଗ ଡ୍ରାଇଭର ସାଇଡ ଚକା ବାରାଷ୍ଟ ହେବା ସହ ଅନ୍ୟାନ୍ୟ  ଜିନିଷ ଭାଙ୍ଗି ଯାଇ ଗାଡ଼ିଟି ଅଟକି ଯାଇଥିଲା ଓ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ କାର୍ ମଧ୍ୟରେ ଥିବା ୫ ଜଣ ସୁରକ୍ଷିତ ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର