ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କୋଦଳପଳସା ଗାଁ ନିକଟରେ କେନାଲ ଭିତରକୁ ଏକ କାର୍ ଖସି ପଡିଛି। କାର୍ରେ ଥିବା ଦୁଇଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୧୦ଟାରେ ଏହି ଦୁର୍ଘଟଣା ଘଟିଛି । ଆଳିପିଙ୍ଗଳ ଅଭିମୁଖେ ଯାଉଥିବା ଏହି କାର୍ରେ ୪ଜଣ ଥିଲେ। କୋଣସି କାରଣରୁ ଭାରସାମ୍ୟ ହରାଇ କାର୍ଟି କୋଦଳପଳସା ନିକଟରେ ଥିବା ନାଳକୁ ଖସି ପଡିଥିଲା ।
ପରେ ସ୍ଥାନୀୟ ଲୋକେ ଦୁଇଜଣକୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଲାଗି ଭର୍ତ୍ତି କରିଥିଲେ। ଆହତଙ୍କ ପରିଚୟ ମିଳି ପାରିନାହିଁ।
Jagatsinghpur | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/31/car-falls-into-canal-2-injured-2025-07-31-10-10-32.jpg)