ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ରଥଯାତ୍ରା ପାଇଁ ପ୍ରଶାସନିକ ଓ ବିଭିନ୍ନ କମିଟିର ସଦସ୍ୟଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ବେଶ ଓ ରଥଯାତ୍ରା ପଡୁଛି। ସେଥିପାଇଁ ନବ‌ଯୌବନ ବେଶ ସାଧାରଣ ଭକ୍ତ ଦର୍ଶନର ସୁବିଧା ପାଇଁ ପାରିବେ ନାହିଁ। ୭ ତାରିଖ ଭୋର୍ ସକାଳୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଅଣସର ପିଣ୍ଡିରୁ ମନ୍ଦିରକୁ ଅଣାଯିବ। ଏହାପରେ ନିତିକାନ୍ତି ସରିବାପରେ ସେନାପଟା ଲାଗି ହେବାପରେ ବେସ ପରିପାଟୀ କରାଯାଇ ୪ଟାରେ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୭ଟାରେ ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଛି। ପହଣ୍ଡି କମିଟିର ବ୍ରାହ୍ମଣମାନେ ଏହାକୁ ଠିକ୍ ସମୟରେ ସାରିବା ପାଇଁ କୁହାଯାଇଛି।

Advertisment

ପରମ୍ପରା ଅନୁଯାୟୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବେ। ଠିକ୍ ସମୟରେ ଫୁଲା ମାଉଁସୀ ମନ୍ଦିରରେ ତିନିରଥ ଲାଗିବ ବୋଲି ନିଷ୍ପତ୍ତି ହୋଇଛି। ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବରେ ମାରିବା ପାଇଁ ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟଙ୍କ ସହିତ ପୁଲିସ୍, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ବିଦ୍ୟୂତ ବିଭାଗର କର୍ମଚାରୀମାନେ ଉପରିସ୍ଥ ରହି ନିଜ ନିଜ କାର୍ଯ୍ୟ କରିବାକୁ ଦାଇତ୍ୱ ଦିଆଯାଇଛି। ବିଶେଷ ଭାବରେ ଏବର୍ଷ ନୁତନ ଭାବରେ ମନ୍ଦିର ଏକ ବଡ଼ ତୋରଣ ନିର୍ମାଣ କରାଯାଇଛି ଏଣୁ ମନ୍ଦିର ତୋରଣ ପାଖରେ ଥିବା ଏକ ଜବରଦଖଲକାରୀଙ୍କ ଘରକୁ ଉଚ୍ଛେଦ ପାଇଁ କମିଟିର ଅଧ୍ୟକ୍ଷ ବିଷ୍ଣୁ ଚରଣ ପଣ୍ଡା ପ୍ରଶାସନକୁ ଅନୁରୋଧ କରିଥିଲେ। ବିଧି ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ ମାନେ କହିଛନ୍ତି।

ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ବିଷ୍ଣୁ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଲ ଲଲାଟେନ୍ଦୁ ସିଂ ମୁଖ୍ୟ ଅତିଥଭାବେ ଭାବରେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ, ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡା, ଥାନା ଅଧିକାରୀ ଶୋଭାକର ଶେଠ୍, ଅଗ୍ନିଶମ ବିଭାଗ ତଫରୁ ଶତୃଘ୍ନ କିଶାନ, ସ୍ବାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ମାନସ କୁମାର ନାଏକ, ଟାଟା ପାୱାର କନିଷ୍ଠ ଜନ୍ତ୍ରୀ ବିଜୟ କୁମାର ସାହୁ ଓ ସିଦ୍ଧାନ୍ତ ପଣ୍ଡା ଓ ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା ପ୍ରମୁଖ ମଞ୍ଚାସୀନ ହୋଇ ବିଭିନ୍ନ ବିଭାଗ ଅପରେ ଆଲୋଚନା କରିଥିଲେ।