ଥୁଆପାଲି: ବରଗଡ଼-ଭେଡ଼େନ ରାସ୍ତାର ନୂଆଁପାଲି ଛକରେ ବୁଧବାର ସକାଳେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକରେ ବସିଥିବା ସ୍ବାମୀ ସ୍ତ୍ରୀ ସହିତ ଝିଅ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ମେଡିକାଲ୍ ସ୍ଥାନନ୍ତରିତ କରାଯାଇଛି। ଗୁରୁତର ତିନି ଜଣ ବରାଗୁଡା ଗ୍ରାମର କିଶୋର ମେହେର, ତୁଳସୀ ମେହେର ଓ ବବିତା ମେହେର।
ପୁଲିସ ସୂଚନା ଅନୁସାରେ ବରାଗୁଡା ଗ୍ରାମର କିଶୋର ନିଜ ସ୍ତ୍ରୀ ଓ ଝିଅକୁ ନେଇ ବାଇକରେ ଭେଡେନ ପଟକୁ ଆସୁଥିବାବେଳେ ଓଆର୍ ୧୩ଏଫ୍ ୦୨୦୨ ନମ୍ବର ବିଶିଷ୍ଟ କାର୍ ମୁହାଁମୁହିଁ ଧକ୍କା ଦେଇଥିଲା। ଅଗ୍ନିଶମ କର୍ମଚାରୀ ଗୁରୁତରଙ୍କୁ ଉଦ୍ଧାର କରି ଭେଡ଼େନ ହସ୍ପିଟାଲ ନେଇଥିଲେ। ଉଭୟ ବାଇକ ଓ କାର୍ ଜବତ ହୋଇଛି। ତେବେ କାର୍ ମାଲିକ ସଂପର୍କରେ ଜଣାପଡିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/accident.jpg)