କାର୍‌ ଧକ୍କାରେ ୩ ଗୁରୁତର

Advertisment
ପୋଲରୁ ୧୫ଫୁଟ ତଳକୁ ଗାଡ଼ି ଖସିଲା; ୨ ଶିଶୁ, ଜଣେ ମହିଳା ଗୁରୁତର, ୭ ଆହତ

ଥୁଆପାଲି:  ବରଗଡ଼-ଭେଡ଼େନ ରାସ୍ତାର ନୂଆଁପାଲି ଛକରେ  ବୁଧବାର ସକାଳେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକରେ ବସିଥିବା  ସ୍ବାମୀ ସ୍ତ୍ରୀ ସହିତ ଝିଅ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନନ୍ତରିତ କରାଯାଇଛି। ଗୁରୁତର ତିନି ଜଣ ବରାଗୁଡା ଗ୍ରାମର କିଶୋର ମେହେର, ତୁଳସୀ ମେହେର ଓ ବବିତା ମେହେର।

ପୁଲିସ ସୂଚନା ଅନୁସାରେ ବରାଗୁଡା ଗ୍ରାମର କିଶୋର ନିଜ ସ୍ତ୍ରୀ ଓ ଝିଅକୁ ନେଇ ବାଇକରେ  ଭେଡେନ  ପଟକୁ ଆସୁଥିବାବେଳେ ଓଆର୍‌ ୧୩ଏଫ୍‌ ୦୨୦୨ ନମ୍ବର ବିଶିଷ୍ଟ କାର୍‌ ମୁହାଁମୁହିଁ ଧକ୍କା ଦେଇଥିଲା। ଅଗ୍ନିଶମ କର୍ମଚାରୀ ଗୁରୁତରଙ୍କୁ ଉଦ୍ଧାର କରି ଭେଡ଼େନ ହସ୍ପିଟାଲ ନେଇଥିଲେ। ଉଭୟ ବାଇକ ଓ କାର୍‌ ଜବତ ହୋଇଛି। ତେବେ କାର୍‌ ମାଲିକ ସଂପର୍କରେ ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe