ନାକଟିଦେଉଳ: ନାକଟିଦେଉଳ ବ୍ଲକ୍‌ କିସିଣ୍ଡା ହାଇସ୍କୁଲ୍‌ ସମ୍ମୁଖରେ ମଙ୍ଗଳବାର ଅପରାହ୍‌ଣରେ ଏକ କାର୍‌ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ନାକଟିଦେଉଳ ମେଡିକାଲ୍‌ର ଜନୈକ କର୍ମଚାରୀ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିଜ ଅସୁସ୍ଥ ପୁଅର ଚିକିତ୍ସା ସାରି ଆଜି ଏକ କାର୍‌ (ଓଡି ୦୨କ୍ୟୁ-୬୫୦୦) ଯୋଗେ ଘରକୁ ଫେରୁଥିଲେ।

Advertisment

ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳେ କିସିଣ୍ଡା ହାଇସ୍କୁଲ୍‌ ପାଖରେ କାର୍‌ଟି ଭାରସାମ୍ୟ ହରାଇ ଏକ କଲଭର୍ଟକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ସେଥିରେ ଥିବା ଶରତ ଚନ୍ଦ୍ର ନାଏକ (୫୨), ସରୋଜିନୀ ବାଘ (୫୪), ମନୋଜ ମିଶ୍ର (୫୩) ଏବଂ ରାମେଶ୍ବର ମିଶ୍ର (୧୨) ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ପଠାଇଛନ୍ତି। କିସିଣ୍ଡା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।