କଣ୍ଟାମାଳ: କଣ୍ଟାମାଳ ବ୍ଲକ ଜାମୁମାଳ ଛକ ନିକଟରେ ଶନିବାର ଏକ କାର୍ ଧକ୍କାରେ ଶିମିଳିପଦର ପଞ୍ଚାୟତ ଫଗୁଣାମାଳ ଗାଁର ଅଭିଜିତ ତାଣ୍ଡିଆ (୧୫ବର୍ଷ) ନାମକ ଜଣେ ଛାତ୍ର ଆହତ ହୋଇଛନ୍ତି। ଅଭିଜିତ ଟିଉସନ୍ ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଦେବା ପରେ ଚାଳକ ଗବଯୋର ଗାଁର ରିଙ୍କୁ ମିର୍ଦ୍ଧା କାର୍ ଧରି ଫେରାର ହୋଇଥିଲେ। ସ୍ଥାନୀୟ ଲୋକେ ଅଭିଜିତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନା ନେଇଥିଲେ। ଦୁର୍ଘଟଣାରେ ଅଭିଜିତଙ୍କ ଗୋଡ଼ ଭାଙ୍ଗି ଯାଇଛି।
ଆସନ୍ତା ୧୦ ତାରିଖ ଦିନ ତାଙ୍କର ମେଟ୍ରିକ ପରୀକ୍ଷା ରହିଛି। ଏହି ଦୁର୍ଘଟଣା ତାଙ୍କ ଭବିଷ୍ୟତକୁ ଅନ୍ଧାର କରିଦେଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ୨ବର୍ଷ ତଳେ ଅଭିଜିତଙ୍କ ବାପା ଗଣେଶ ତାଣ୍ଡିଆ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Accident_Thumbnail.jpg)