ରାସ୍ତାକଡ଼ରେ ଥିବା କାର୍‌ ଜଳିଗଲା

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ରାସ୍ତା କଡ଼ରେ ଥିବା ଏକ କାର୍‌ ସମ୍ପୂର୍ଣ ଭାବେ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ନିକଟରେ ଥିବା ଅନ୍ୟ ଏକ କାର୍‌ ମଧ୍ୟ ଆଶିଂକ ପୋଡ଼ି ଯାଇଛି। ଗୋବିନ୍ଦ ବିହାରରେ ରହୁଥିବା ଡମ୍ବରୁଧର ଭଞ୍ଜ ପ୍ରତିଦିନ ଭଳି ଗତରାତିରେ ତାଙ୍କ କାର (ଓଡି ୦୭କ୍ୟୁ ୧୬୧୬) ଘର ସମ୍ମୁଖରେ ପାର୍କିଂ କରିଥିଲେ। ନିକଟରେ ଅମ୍ବୁଜ ମହାପାତ୍ରଙ୍କ ଏକ କାର (ଓଆର ୦୨ଏପି ୭୬୫୪) ମଧ୍ୟ ରହିଥିଲା। ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ବେଳେ ଡମ୍ବରୁଧରଙ୍କ କାରରେ ନିଆଁ ଲାଗିଯାଇଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଖବର ପାଇ ସଦର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଡମ୍ବରୁଧରଙ୍କ କାରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। କାର୍‌ରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର