କାର ଓଲଟି ୨ଶିଶୁ ସମେତ ୭ ଆହତ

ରା.ଉଦୟଗିରି: ଗଜପତି ଜିଲ୍ଲା ଛେଳିଗଡ଼ ନିକଟସ୍ଥ ଆବାରସିଂ ନିକଟରେ ଏକ କାର ଓଲଟି ୨ଶିଶୁ ସମେତ ୭ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ପଠାଇଛନ୍ତି। ଏପି୨୯ବିଏଫ-୮୭୬୯ କାରଟି ପାରଳାଖେମୁଣ୍ଡିରୁ ମୋହନା ବ୍ଲକର ବିରିକୋଟକୁ ଏକ ଅଭିଷେକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଗାଡିଟି ଅଵାରସିଂ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା। ଗାଡିଟି ଏମିତି ଓଲଟିଥିଲା ଯେ, ଗାଡିର ଚାରିଟି ଚକ ଉପରକୁ ହୋଇଯାଇଥିଲା। ଏଥିରେ ବସିଥିବା ସିଷ୍ଟର କ୍ରିସ୍ତିନା ପାଇକ, ସୁନେଇ ପାଇକ, ଜୟନ୍ତ ପାଣି ତିନିଜଣ ଗୁରୁତର ଆହତ ହୋଇଥିବାବେଳେ ସତ୍ୟ ଶୁଭମ ପାଣି, ବାସନ୍ତୀ ମଲ୍ଲିକ, ଜୁସିକା ପାଳ(୩ବର୍ଷ), ଆଡ଼ରିନ ଜୋସେଫ ପାଣି (୧ବର୍ଷ) ମଧ୍ୟ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଆହତଙ୍କୁ ରା.ଉଦୟଗିରି ମେଡିକାଲ ଆଣିଥିଲେ। ଆହତଙ୍କୁ ଡାକ୍ତର ଶକ୍ତି ପ୍ରସାଦ ପଟ୍ଟନାୟକ, ନେହା ସାହୁ, ଓ ଆଲୋକ କୁମାର ନାୟକ ପ୍ରମୁଖ ଚିକିତ୍ସା କରିଥିଲେ। ଦୁର୍ଘଟଣା ସମ୍ପର୍କରେ ହାଚିପଙ୍କା ଗ୍ରାମର ଡ୍ରାଇଭର ସତ୍ୟ ମୋହନ ପାଣିଙ୍କ କହିବାନୁଯାୟୀ ରାତି ଅନିଦ୍ରା ଥିବାରୁ ଆଖି ପଡିଗଲା ଓ ଦୁର୍ଘଟଣା ଘଟିଗଲା। ଏଥିରେ ଡ୍ରାଇଭର ମଧ୍ୟ ଆହତ ହୋଇଛି।

ସମ୍ବନ୍ଧିତ ଖବର