ରାଉରକେଲା: ଶନିବାର ସନ୍ଧ୍ୟାରେ ରାଉରକେଲା ରିଂ ରୋଡ୍ରେ ବଡ଼ଧରଣର କାର୍ ଦୁର୍ଘଟଣା ହୋଇଛି। ମାତ୍ରାଧିକ ବେଗରେ ଯାଉଥିବା କାର୍ ରାସ୍ତା ଉପରେ ଓଲଟିପଡ଼ିଥିଲା। ଫଳରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବାବେଳେ କାର୍ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ୍ ସୂଚନା ଅନୁସାରେ, ସିଭିଲ୍ ଟାଉନସିପ୍ ନିବାସୀ ବଂଶ ଅଗ୍ରୱାଲ(୧୯)ଙ୍କର ଆଜି ଜନ୍ମଦିନ ଥିଲା। ଏଣୁ ଉତ୍ସବ ମନାଇବାକୁ ବଂଶ ଓ ବାସନ୍ତୀକଲୋନିର ତାଙ୍କ ବାନ୍ଧବୀ (୧୯) କାର୍(ସିଜି-୦୪-ଏମ-୨୨୧୦)ରେ ବୁଲିବାକୁ ବାହାରିଥିଲେ। ଅପରାହ୍ନ ପ୍ରାୟ ୫ଟାରେ ସେମାନେ ଆମ୍ବାଗାନ ପଟୁ ଫେରୁଥିଲେ। ଏତିକିବେଳେ ମାତ୍ରାଧିକ ବେଗରେ ଥିବା କାର୍ଟି ସେକ୍ଟର-୭/୧୫ ଛକରେ ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡ଼ିଥିଲା। ଫଳରେ ଯୁବତୀ ଗୁରୁତର ଆହତ ହୋଇଥିଲେ।
ପରେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଆହତ ଯୁବତୀଙ୍କୁ ପ୍ରଥମେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ଯୁବତୀଙ୍କୁ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେକ୍ଟର-୭ ପୁଲିସ କାରକୁ ଜବତକରି ତଦନ୍ତ ଜାରିରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/5e63b82a-3616-4109-a0ba-6887a834dfad.jpeg)