ଜାତୀୟ ରାଜପଥରେ ଓଲଟିଲା କାର୍‌

ପିପିଲି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ୍‌ ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଏକ ଇନୋଭା କାର୍ ଭାରସାମ୍ୟ ହରାଇ ରାସ୍ତା ମଝିରେ ଡିଭାଇଡର୍‌ରେ ପିଟିହୋଇ ଓଲଟି ପଡ଼ିଥିଲା। ଏଥିରେ ଗାଡିର ଚାଳକଙ୍କ ସମେତ ଗାଡି ମଧ୍ୟରେ ଥିବା ଜଣେ ଶିଶୁ, ୨ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କର ପରିଚୟ ମିଳିନାହିଁ। ଆହତ ଯାତ୍ରୀମାନେ ଗୋଟିଏ ପରିବାରର ହୋଇଥିବା ଓ ସେମାନେ ଭୁବନେଶ୍ବରରେ ରହୁଥିବା ସୂଚନା ମିଳିଛି। ପିପିଲି ପୁଲିସ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣାଗ୍ରସ୍ତ ଇନୋଭା କାର୍‌କୁ ଜବତ କରି ଦୁର୍ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର