ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ତିଲକାମାଲ ଛକରୁ ପୁଲିସ କାର୍ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ଫୁଲବାଣୀ ଜିଲ୍ଲା ଗୋଛାପଡ଼ା ଥାନା ପୁରେପଦର ଗାଁର ଡ୍ରାଇଭର ଉମେଶ ଚନ୍ଦ୍ର କହଁର (୨୪) ଏବଂ କରାଣ୍ଡିବାଲିର ଜୀବର୍ଦ୍ଧନ ଦିଗାଲ (୪୮)। ଅନ୍ୟଜଣେ ଅଭିଯୁକ୍ତ କାମତନା ଗାଁର ତପନ ଦିଗାଲ ଫେରାର ହୋଇଯାଇଥିଲା।
/sambad/media/post_attachments/wp-content/uploads/2021/07/20617787-aba7-4694-be78-6cca46afb399.jpg)
ପୁଲିସ ସୂତ୍ରରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ତିଲକାମାଲ ଛକ ନିକଟରେ କାର୍ (ଓଆର୍ ୦୨ ବିବି ୫୩୬୦) ଦ୍ରୁତ ଗତିରେ ଆସୁଥିବା ଦେଖି ପୁଲିସ ସନ୍ଦେହରେ ଅଟକାଇଥିଲା। ଯାଞ୍ଚ କରିବାକୁ ସେଥିରେ ୩ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଜବତ ଗଞ୍ଜେଇ ୭୭ କିଲୋ ଏବଂ ବଜାର ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କହାଯାଇଛି। ଏନେଇ କଣ୍ଟାମାଳ ଥାନା କେସ ନଂ ୮୮ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଅଶ୍ୱିନୀ ଭିତ୍ରିଆ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/14e62c47-9d84-40db-b3be-2e9486e4c296.jpg)