ରିଆମାଳ: ଶକ୍ତିଶାଳୀ ବାଘ ଦୁର୍ବଳ ହୋଇଯାଇଛି। ମନୁଷ୍ୟର ଶକ୍ତି ଆଗରେ ବାଘ ନିଜକୁ ଶକ୍ତିହୀନ ଅନୁଭବ କରୁଛି। ବିଗତ କିଛି ଦିନ ମଧ୍ୟରେ ଏକାଧିକ ସ୍ଥାନରେ କଲରାପତରିଆର ମୃତ୍ୟୁ ହୋଇଥିବା ଖବର ଗଣମାଧ୍ୟମକୁ ଆସୁଛି। ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ନୂଆଁଡିହି ବିଟର କଣ୍ଠିମାଳ ଗ୍ରାମ ନିକଟସ୍ଥ ରେଙ୍ଗାଳି ଜଳ ଭଣ୍ଡାରରୁ ଆଜି ଏକ କଲରାପତରିଆ ବାଘର ଶବ ଉଦ୍ଧାର କରାଯାଇଛି। ଆଜି ଦ୍ଵିପହର ସମୟରେ କଲରାପତରିଆ ବାଘର ଶବ ଭାସୁଥିବା ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ।

Advertisment

ଏହି ଖବର ପଢ଼ନ୍ତୁ: ୨ଜଣଙ୍କୁ କୋର୍ଟ ଚାଲାଣ କଲା ବନ ବିଭାଗ

ସୂଚନା ପାଇ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବାଘଟିର କିଭଳି ମୃତ୍ୟୁ ହେଲା କେଉଁ ଆଡ଼ୁ ଭାସି ଆସିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।

ଏହି ଖବର ପଢ଼ନ୍ତୁ: କଲରାପତରିଆର ମୁଣ୍ଡ କାଟିନେଲେ

ନିକଟରେ କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା। ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ପାଇଥିବା ବେଳେ ଅନ୍ୟଜଣକୁ ଏହିଭଳି ଦୁଇ ଜଣକୁ ଆଣି ଅଟକ ରଖି ପଚରାଉଚରା କରିଥିଲା। ଉଭୟଙ୍କୁ ବନ ବିଭାଗ ଗିରଫ କରିଥିଲା। 

ଏହି ଖବର ପଢ଼ନ୍ତୁ: ଶପଥ ନେଲେ ଦେବେନ୍ଦ୍ର ଫଡନାବୀସ

ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ‌ରିପୋର୍ଟ ଅନୁସାରେ ଓଡ଼ିଶାରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଛି। ଏବେ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ ଓ ଜଙ୍ଗଲରେ ୬୯୬ଟି କଲରାପତରିଆ ବାଘ ଅଛନ୍ତି।  ୨୦୨୨ର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର (ଏନଟିସିଏ) ରିପୋର୍ଟ ଅନୁସାରେ ରାଜ୍ୟରେ ୫୬୮ କଲରାପତରିଆ ବାଘ ଥିବା କୁହାଯାଇଥିଲା। ଏହାପରେ ୨୦୨୩ ମସିହାରେ ରାଜ୍ୟ ସରକାର ଆଉଥରେ ବାଘ ଗଣନା କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏହାର ରିପୋର୍ଟ ଅନୁସାରେ ରାଜ୍ୟରେ ସଂଖ୍ୟା କଲରାପତରିଆ ବାଘଙ୍କ ସଂଖ୍ୟା ୬୯୬କୁ ବୃଦ୍ଧି ହୋଇଛି। ୨୦୧୮ ମସିହାରେ ପ୍ରକାଶିତ ଏନଟିସିଏ ରିପୋର୍ଟ ଅନୁସାରେ ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିଲା। ହେଲେ ୨୦୨୨ ମସିହା ରିପୋର୍ଟ ଅନୁସାରେ ବାଘଙ୍କ ସଂଖ୍ୟା ୨୫.୨୬ ପ୍ରତିଶତ କମି ୫୬୮ ରହିଯାଇଥିଲା। ରାୟଗଡ଼ା, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଏବଂ ଅନୁଗୁଳ ଜିଲ୍ଲାର ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳନ୍ତି। ରାଜ୍ୟରେ ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ଅଧିକ ରହିଛି।

ଏହି ଖବର ପଢ଼ନ୍ତୁ: ନବନିର୍ମିତ ଜୁଡିସିଆଲ କୋର୍ଟ ପରିସର ଲୋକାର୍ପିତ