ଭୁବନେଶ୍ୱର :କେୟାର ହସ୍ପିଟାଲର ଲାପ୍ରୋସ୍କୋପିକ୍ ଓ ବେରିଏଟ୍ରିକ୍ ସର୍ଜନମାନଙ୍କ ଏକ ସ୍ୱତନ୍ତ୍ର ଟିମ ଜଣେ ୩୬ ବର୍ଷୀୟ ରୋଗୀଙ୍କଠାରେ ପଲ୍ମୋନୋଲୋଜିଷ୍ଟ, କାର୍ଡିଓଲୋଜିଷ୍ଟ୍ ଓ ଏଣ୍ଡୋକ୍ରିନୋଲୋଜିଷ୍ଟ ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ବିଭିନ୍ନ ଟିମର ସଂପୃକ୍ତି ସହ ବିବିଧ ଶୃଙ୍ଖଳା ଆଧାରରେ ସଫଳତାର ସହ ଏକ ବିରଳ ବେରିଏଟ୍ରିକ୍ ସର୍ଜରି କରିଛନ୍ତି । ଏ ବେରିଏଟ୍ରିକ୍ ସର୍ଜରି ୩-୪ କ୍ଷୁଦ୍ର ୫-୧୦ ଏମ୍ଏମ୍ ପେଟ ଓ ଅନ୍ତନଳୀରେ ଛିଦ୍ର କରି ଏକ ବେରିଏଟ୍ରିକ୍ ସର୍ଜରି କରାଯାଇଥାଏ ଯାହା ଅତ୍ୟଧିକ ମେଦବହୁଳତାରେ ପୀଡ଼ିତ ଲୋକଙ୍କୁ ଓଜନ ହ୍ରାସ କରିବାରେ ସହାୟକ ହୁଏ ଏବଂ ସେ ସମ୍ପର୍କିତ ଅନ୍ୟାନ୍ୟ ରୋଗରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । ୨୦୧୯ରେ ଏନ୍ସିବିଆଇ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଭାରତରେ ୧୩୫ ନିୟୁତରୁ ଅଧିକ ଭାରତୀୟ ମେଦବହୁଳତା ଦ୍ୱାରା ଆକ୍ରାନ୍ତ ।
ଜଗଦ୍ଦିଶ ସାହୁ, ଓଜନ ୧୬୮.୨ କେଜି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟଧିକ ଅସୁବିଧା ଭୋଗୁଥିଲେ, ଶରୀରର ଅତ୍ୟଧିକ ଓଜନ ଯୋଗୁଁ ଟିକେ ଦୂର ଚାଲିବା କିମ୍ବା ପାହାଚ ଚଢ଼ିପାରୁନଥିଲେ। ରୋଗୀଙ୍କ କହିବାନୁସାରେ, କ୍ଳାନ୍ତ ନହୋଇ ସେ ନିଜର ନିତିଦିନିଆ କୌଣସି କାର୍ଯ୍ୟ କରିପାରୁନଥିଲେ । ସେ ହାଇପରଟେନ୍ସନ, ହାଇପ୍ରୋଥାରଏଡିଜମ୍, ଡାଇବେଟିସ୍ ଓ ଅତ୍ୟଧିକ ଓଏସ୍ଏରେ ପୀଡ଼ିତ ଥିଲେ। ବିବିଧ ଶୃଙ୍ଖଳାର ବ୍ୟବସ୍ଥା ଗ୍ରହଣ କରି, ପ୍ରାରମ୍ଭିକ ସମୟରେ ରୋଗୀଙ୍କୁ ନିରୀକ୍ଷଣ ଅଧୀନ ଖାଇବା ପିଇବା ଓ ବ୍ୟାୟାମରେ ରଖାଯାଇଥିଲା ଓ ଆଂଟିହାଇପରଟେନ୍ସିଭ୍ ଓ ଥାଇରଏଡ୍ ଚିକିତ୍ସା ଆରମ୍ଭ କରାଯାଇଥିଲା। ମାସାଧିକକାଳ ନିରୀକ୍ଷଣରେ ରଖିବା ପରେ କେୟାର ହସ୍ପିଟାଲ୍ ଭୁବନେଶ୍ୱର ସର୍ବେରିଏଟ୍ରିକ୍ ସର୍ଜରି ମୁଖ୍ୟ ଡକ୍ଟର ତାପସ ମିଶ୍ରଙ୍କ ଦ୍ୱାରା ରୋଗୀଙ୍କଠାରେ ଲାପୱାନ ଆନାଷ୍ଟୋମୋସିସ୍ ଗ୍ୟାଷ୍ଟ୍ରିକ୍ ବାଇପାସ୍ ସର୍ଜରି କରାଯାଇଥିଲା ଏବଂ ତିନି ଦିନ ପରେ ଡିସ୍ଚାର୍ଜ କରାଯାଇଛି । କେୟାର ହସ୍ପିଟାଲର ଟିମ୍ ରୋଗୀଙ୍କ ଦେଖାଶୁଣା କରୁଥିଲେ ଏବଂ ତାଙ୍କ ଖାଇବା ଏବଂ ବ୍ୟାୟାମକୁ ନିରୀକ୍ଷଣ କରିବା ଜାରି ରଖିଥିଲେ।
ସର୍ଜରି ସମ୍ପର୍କରେ ଡକ୍ଟର ତାପସ ମିଶ୍ର, ହେଡ୍, ବେରିଏଟ୍ରିକ୍ ସର୍ଜରି, କେୟାର ହସ୍ପିଟାଲସ୍, ଭୁବନେଶ୍ୱର କହିଛନ୍ତି ଯେ, “ଏହି ପ୍ରକ୍ରିୟା ଦ୍ୱାରା ଓଜନ ହ୍ରାସ, ଦୀର୍ଘମିଆଦୀ ଡାଇବେଟିସ୍ରେ ଉନ୍ନତି/ନିୟନ୍ତ୍ରଣ, ବିପି ଓ ହାଇପରକୋଲେଷ୍ଟ୍ରୋଲେମିଆରେ ଉନ୍ନତି ଭଳି ଲାଭ ମିଳିଥିଲା ଯାହା ଫଳରେ ଔଷଧର ମାତ୍ରା କମ୍ ଓ ବନ୍ଦ କରାଯାଇଥିଲା ଓ ନିଦ୍ରାହୀନତା, ଘୁଙ୍ଗୁଡ଼ିରୁୁ ଆଶ୍ୱସ୍ତି ମିଳିବା ସହ ମାନସିକସ୍ଥିତି, ଆତ୍ମ ସମ୍ମାନ ଓ ଜୀବନର ଗୁଣାତ୍ମକମାନରେ ଉନ୍ନତି ହୋଇଥିଲା ।’’
“ମେଡିକାଲ୍ ଓ ପ୍ରଯୁକ୍ତିରେ ଦ୍ରୁତ ଉନ୍ନତି ଓ ଅଭିବୃଦ୍ଧି ଏବଂ ବେରିଏଟ୍ରିକ୍ ସର୍ଜନ, ବେରିଏଟ୍ରିକ୍ ନ୍ୟୁଟ୍ରିସନିଷ୍ଟ, ଆନାସ୍ଥେସିଆ ବିଶେଷଜ୍ଞ ଯେଉଁମାନେ ବେରିଏଟ୍ରିକ୍ ପ୍ରକ୍ରିୟା ପାଇଁ ତାଲିମପ୍ରାପ୍ତ, ଜଣେ ବେରିଏଟ୍ରି୍କ୍ ଫିଜିସିଆନ୍, ଏଣ୍ଡୋକ୍ରିନୋଲୋଜିଷ୍ଟ, ପଲମୋନୋଲୋଜିଷ୍ଟ, କାର୍ଡିଓଲୋଜିଷ୍ଟ, ସାଇକିଆଟ୍ରିଷ୍ଟ୍ ଓ ଫିଜିଓଥେରାପିଷ୍ଟମାନଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ରୋଗୀଙ୍କଠାରେ ସର୍ଜରି କରି ଚମତ୍କାର କରିପାରୁଛନ୍ତି ଯେଉଁମାନେ ଓଜନ ହ୍ରାସକୁ ନେଇ ସବୁ ପ୍ରକାର ଆଶାଛାଡ଼ି ଦେଇଥାନ୍ତି ବୋଲି ଡକ୍ଟର ମିଶ୍ର କହିଛନ୍ତି ।’’
ନିଜର ଓଜନ ହ୍ରାସ ଯାତ୍ରା ସମ୍ପର୍କରେ ରୋଗୀ ଜଗଦ୍ଦିଶ ପି ସାହୁ କହିଛନ୍ତି ଯେ, “ମୁଁ ଏବେ ସହଜରେ ଚାଲିପାରୁଛି ଓ ୪.୫ କିଲୋମିଟର ସାଇକେଲ ଚଲାଇ ପାରୁଛି ଯାହା କିଛିମାସ ପୂର୍ବରୁ ଏକ ଦୂର ସ୍ୱପ୍ନ ଭଳି ମନେ ହେଉଛି। ମୋର ଘୁଙ୍ଗୁଡ଼ି ଓ ଚର୍ମ ସଂକ୍ରମଣ ସମସ୍ୟା ନାହିଁ ଏବଂ କେୟାର ହସ୍ପିଟାଲସ୍ ଡାକ୍ତରିଟିମ୍ଙ୍କୁ ଧନ୍ୟବାଦ ଯେ ଆସନ୍ତା ଦୁଇବର୍ଷ ଭିତରେ ମୋର ଓଜନକୁ ୭୦ରେ ପହଂଚାଇବା ଲାଗି ଯେଉଁ ଲକ୍ଷ୍ୟ ରଖିଛି ସେଥିପାଇଁ ପ୍ରେରଣା ମିଳିଛି । “ସେ ୪୧ କେଜି ଓଜନ ହ୍ରାସ କରିଛନ୍ତି, ଆଂଟିହାଇପରଟେନ୍ସନ୍ ଓ ଡାଇବେଟିସ୍ ଔଷଧ ଖାଇବାକୁ ପଡ଼ୁନାହିଁ ଏବଂ ତାଙ୍କର ଥାଇରଏଡ୍ ଚିକିତ୍ସା ପାଇଁ ଔଷଧର ମାତ୍ରା ଏକ ଚତୁର୍ଥାଂଶ କମ୍ କରାଯାଇଛି । ମୁଁ କେବଳ ଓଜନ କମ୍ କରିନାହିଁ ବରଂ ବିଶ୍ୱାସ ଏବଂ ଉତମଗୁଣାତ୍ମକଜୀବନ ହାସଲ କରିଛି ବୋଲି ସେ କହିଛନ୍ତି ।
“ମିସନ ସୁରକ୍ଷା ଅଭିଯାନ’ ଅଧୀନରେ କେୟାର ହସ୍ପିଟାଲସ୍ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ଏବଂ ସାମାଜିକ ଦୂରତ୍ୱ ପ୍ରୋଟୋକଲ୍ ଲାଗୁକରାଯାଇଛି । କେୟାର ହସ୍ପିଟାଲସରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ରୋଗୀମାନଙ୍କ ସୁରକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟକୁ ନିଶ୍ଚିତ କରିବା ଲାଗି ସଂକ୍ରମଣକୁ ନିୟନ୍ତ୍ରଣ କରିବାର ପ୍ରୋଟୋକଲ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହସ୍ପିଟାଲ୍ ପ୍ରତିବଦ୍ଧ ।