ଯୁବକଙ୍କୁ ହତ୍ୟା ଧମକ, ବିଧାୟକଙ୍କ ପୁଅ ସମେତ ୬ ଜଣଙ୍କ ନାମରେ ମାମଲା

କେନ୍ଦୁଝର: ପ୍ରଦୀପ ସାହୁ ନାମକ ଜଣେ ଯୁବକଙ୍କ ଗାଡ଼ିକୁ ଢେଲା ମାଡ଼ ନେଇ ଗତକାଲି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରୁଥିଲା। ଆଜି ଏନେଇ ଥାନାରେ ବିଧାୟକଙ୍କ ପୁଅଙ୍କ ସମେତ ୬ ଜଣଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି।

ଅଭିଯୋଗକାରୀ ହେଉଛନ୍ତି ଅଟଳେଶ୍ବର ନାୟକ (୩୮)। ତାଙ୍କ ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ସେ ବଡ଼ପଦନା ଏଟିଏମ୍‌ରୁ ଟଙ୍କା ଉଠାଇ ଘରକୁ ଫେରିବା ସମୟରେ ନହଙ୍ଗି ଛକ ନିକଟରେ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ସମେତ କିଛି ଯୁବକ ତାଙ୍କ ବାଇକ୍‌ ଅଟକାଇ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ଦେବାଶି‌ଷ ଓ ପ୍ରଦୀପ ସାହୁଙ୍କ ସମେତ ୬ଜଣଙ୍କ ନାମରେ ଥାନାରେ ସେ ଏତଲା ଦେଇଛନ୍ତି। ପୁଲିସ ୧୦୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର