୮ ବର୍ଷ ପରେ ଖୋଲିଲା ବନୀକରଣ ଦୁର୍ନୀତି ପେଡ଼ି: ରେଞ୍ଜର୍‌ଙ୍କ ସମେତ ୯ଜଣଙ୍କ ନାଁରେ ମାମଲା

ଅନୁଗୁଳ : ଆଠମଲ୍ଲିକ ବନଖଣ୍ଡରେ ଗଛ ନ ଲଗାଇ କରାଯାଇଛି ବିଲ୍। ବୃକ୍ଷରୋପଣ କରାଯାଇନଥିବା ବେଳେ ସାରକିଣା ପାଇଁ ବି ସରକାରୀ ତହବିଲ୍‌ରୁ ଟଙ୍କା ଉଠାଯାଇଛି। ୨୦୧୪-୧୬ଆର୍ଥିକ ବର୍ଷରେ ହୋଇଥିବା ବୃକ୍ଷରୋପଣକୁ ତନାଘନା କରିବା ପରେ ଭିଜିଲାନ୍ସ ହାତରେ ଏହି ତଥ୍ୟ ଲାଗିଛି।

ଖାଲି ସେତିକି ନୁହେଁ, ତତ୍କାଳୀନ ରେଞ୍ଜର୍‌, ଫରେଷ୍ଟର୍‌ ଏବଂ ଫରେଷ୍ଟ ଗାର୍ଡଙ୍କ ସହିତ ମୋଟ୍ ୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ସେମାନଙ୍କ ମଧ୍ୟରୁ ୭ଜଣ ସରକାରୀ କର୍ମଚାରୀ ହୋଇଥିବା ବେଳେ ୨ଜଣ ହେଉଛନ୍ତି ବେସରକାରୀ ବ୍ୟକ୍ତି। ୮ବର୍ଷ ପରେ ଜଙ୍ଗଲ ବିଭାଗର ଦୁର୍ନୀତି ପେଡ଼ି ଖୋଲିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୨୧ମସିହା ସେପ୍ଟେମ୍ବର ମାସରେ ଆଠମଲ୍ଲିକ ବନଖଣ୍ଡର ହଣ୍ଡପା ରେଞ୍ଜ୍‌ରେ ବନୀକରଣ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ନିଜଆଡ଼ୁ ଲୋକାୟୁକ୍ତଙ୍କୁ ଲିଖିତ ଭାବେ ଏ ବାବଦରେ ଜଣାଇଥିଲେ। ଲୋକାୟୁକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଭିଜିଲାନ୍ସକୁ ଦେଇଥିଲେ।

ସମ୍ବନ୍ଧିତ ଖବର