ପୁରୀ : କୋଣାର୍କ ମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଛି। ଅଭିଜିତ୍ କୋଣାର୍କ ମନ୍ଦିରକୁ ନେଇ ସାଂପ୍ରଦାୟିକ ବିଭେଦ ସୃଷ୍ଟି କଲା ଭଳି ମନ୍ତବ୍ୟ ରଖିଥିବାରୁ ତାଙ୍କ ବିରୋଧରେ ସାଂପ୍ରଦାୟିକ ଦଫା ଲାଗିଥିବା ପୁରୀ ଏସ୍ପି ଡାକ୍ତର ସାର୍ଥକ ଷଡଙ୍ଗୀ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଜିତଙ୍କ ସହିତ ଏତଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ମଧ୍ୟ ରହିଛି। ଏସ୍ପିଙ୍କ ସୂଚନା ମୁତାବକ, କୋଣାର୍କ ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଓ କୋଣାର୍କ ମନ୍ଦିର ଉପରେ ହେଲିକପ୍ଟର ଉଡାଇ ଫଟୋ ଉତ୍ତୋଳନ କରିବା ଘଟଣାରେ କୋଣାର୍କ ଏନ୍ଏସିର ପୂର୍ବତନ ବିଜେଡି କାଉନସିଲର ବିମ୍ବାଧର ବେହୁରା କୋଣାର୍କ ଥାନାରେ ଅଭିଜିତ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମରେ ଏତଲା ଦେଇଥିଲେ। ପୁଲିସ ଏହି ଏତଲାକୁ ଗ୍ରହଣ କରି ଉଭୟଙ୍କ ନାମରେ କେସ୍ ନଂବର ୯୨/୧୮ରେ ଏକ ମାମଲା ରୁଜୁ କରିଛି। ସାଂପ୍ରଦାୟିକ ମନ୍ତବ୍ୟ ରଖିଥିବା କାରଣରୁ ଅଭିଜିତଙ୍କ ନାମରେ ଦଫା ୧୫୩ (ଏ), ୨୯୫ (ଏ), ୨୯୮ (ଏ), ୨୯୮ ଓ ୬୬ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି।
ଅଭିଜିତଙ୍କ ନାମରେ ଲାଗିଲା ସାଂପ୍ରଦାୟିକ ଦଫା
/sambad/media/post_attachments/wp-content/uploads/2018/09/Abhijit-Iyer-Mitra.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)