ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କ ଅଡୁଆ ବଢ଼ିଲା, ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

ପରିବାର ଲୋକଙ୍କ ନାଁ ରେ ବି ମାମଲା ରୁଜୁ

ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ପିଛା ବିବାଦ ଛାଡୁନି ା ରାତି ଅଧରେ ମହିଳାଙ୍କ ଘରେ ପଶି ମାରପିଟ କରିବା ଘଟଣାରେ ଏବେ ବିଚାର ବିଭାଗୀୟ ହାଜତରେ ଥିବା ଦେବେନ୍ଦ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି ା ଏବେ ଦେବେନ୍ଦ୍ରଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଖୋଦ ତାଙ୍କ ପତ୍ନୀ ରଶ୍ମିପ୍ରଭା ପ୍ରଧାନ ା ଦେବେନ୍ଦ୍ରଙ୍କ ସହ ତାଙ୍କ ବାପା, ମାଆ, ଦୁଇ ଭାଇ ଓ ଭଉଣୀଙ୍କ ନାମରେ ମଧୢ ସେ ଅଭିଯୋଗ ଆଣିଛନ୍ତି। ବିବାହ ପରେ ବାପଘରୁ ଏକ ବୋଲେରୋ ଗାଡି ଆଣିବା ଦାବି କରି ଦେବେନ୍ଦ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ତାଙ୍କୁ ପରିବାର ଲୋକ ସାହାଯ୍ୟ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ ପୃଥକ ଭାବେ ରହୁଛନ୍ତି। ତା ସତ୍ତ୍ବେ ମଝିରେ ମଝିରେ ଯାଇ ଦେବେନ୍ଦ୍ର ତାଙ୍କୁ ମାଡପିଟ୍‌ କରୁଛନ୍ତି ବୋଲି ପତ୍ନୀ କହିଛନ୍ତି। ଏଥି ସହ ଦେବେନ୍ଦ୍ର ଅନ୍ୟ ଜଣକୁ ବିବାହ କରିଛନ୍ତି ବୋଲି ମଧୢ ସେ ଅଭିଯୋଗ କରିଛନ୍ତି। ଶ୍ରୀମତୀ ପ୍ରଧାନ ଏଭଳି ଅଭିଯୋଗ ପରେ ଆଜି ସ˚ଧୢାରେ ଫୁଲବାଣୀ ଟାଉନ ପୁଲିସ କେସ ନ˚ ୧୮୫/୨୦୧୮ ଦଫା ୪୯୮(ଏ), ୪୯୪, ୩୨୩, ୫୦୬ ଓ ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମା ଓ ଝିଅକୁ ମାଡପିଟ ଘଟଣାରେ ଦେବେନ୍ଦ୍ର ଗିରଫ ହୋଇ ଏବେ ଜେଲ ହାଜତରେ ଥିବା ବେଳେ ତାଙ୍କ ନାଁରେ ପୁଣି ପତ୍ନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର