ହଳଧରଙ୍କ ନାମରୁ ମାମଲା ପ୍ରତ୍ୟାହାର ଦାବି

ବରଗଡ଼ : ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ କୋସଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ଦାବି କରିଛି।

ସୋମବାର କମିଟିର କୋଶଳାଞ୍ଚଳର ଶତାଧିକ କୋଶଲବାଦୀ, ବୁଦ୍ଧିଜୀବୀ ଏବଂ ସାହିତ୍ୟିକମାନେ ପ୍ରଥମେ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ପରେ ସମସ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଥାନାରୁ ମାମଲା ପ୍ରତ୍ୟାହାର ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କମିଟିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଚେତାବନୀ ଦେଇଥିଲେ।

ସଭାରେ କମିଟିର ସାଧାରଣ ସଂପାଦକ ସୁନୀଲ ପୁରୋହିତ, ପ୍ରମୋଦ ଝାଙ୍କର, ବିଭୂଦତ୍ତ ମିଶ୍ର, ଅବଦୁଲ ଜମାଲ ଖାନ୍‌, ରବିନାରାୟଣ ମିଶ୍ର, କେଦାର ମିଶ୍ର, ଅମୂଲ୍ୟ ପତି, ଲିପ୍‌ସିତ ମିଶ୍ର, ପ୍ରହଲ୍ଲାଦ ମହାପାତ୍ର, ବିଜୟ ଦାଶ, କୁଂଜବିହାରୀ ଭୋଇ, ଉତ୍ପନ୍ନ ଭୋଇ, ଧନପତି ମହାପାତ୍ର, ନିତିଶ ଆଚାର୍ଯ୍ୟ, ଦ୍ୟୁତୀଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ହରିଲାଲ ସାହୁ, ମୋହନସିଂ କହ୍ନେଇ, ନେତ୍ରୀ ପଧାନ, ଦୀପକ ରଥ, ଦୀପକ ରଂଜନ ଦାଶ,  ଆକାଶ ପଣ୍ଡା, ନିତିନ ପଧାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର