ଝାରସୁଗୁଡା : ଗତ ୨୨ ତାରିଖ ଦିନ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ ଉତ୍ସବରେ ସାମାଜିକ ଦୂରତ୍ବ ନିୟମ ପାଳନ ଉଲ୍ଲଂଘନ ଅଭିଯୋଗରେ ଏକ ମାମଲା ଦାୟର କରିଛନ୍ତି ଝାରସୁଗୁଡ଼ା ପୌର ସଂସ୍ଥା ନିର୍ବାହୀ ଅଧିକାରୀ ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରଟ୍ ରାମଚନ୍ଦ୍ର ପ୍ରଧାନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେ ଏହି ଏତଲା ସ୍ଥାନୀୟ ଟାଉନ ଥାନାରେ ଦେଇଥିବା ସୂଚନା ଦେଇଛନ୍ତି। ଏହି ସଭା ନରସିଂହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ହୋଇଥିବା ବେଳେ ଏଥିରେ ବରିଷ୍ଠ ଆଇନଜୀବୀ ତାପସରାୟ ଚୌଧୁରୀ, ସନ୍ଦୀପ ଅଗସ୍ତି, ରଘୁମଣି ପଟେଲ ଓ ଦୀପାଳି ଦାସ ଉପସ୍ଥିତ ଥିବା ନେଇ ଏତଲାରେ ଉଲ୍ଲେଖ ଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଅପରପକ୍ଷରେ ଦୀପାଳି ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ କୌଣସି ପ୍ରକାର କୋଭିଡ୍ ନିୟମ ଉଲ୍ଲଂଘନ କରିନାହାନ୍ତି। ସରକାରଙ୍କ ନିୟମକୁ ସେ ଯଥେଷ୍ଟ ସମ୍ମାନ ଦେଇ କୋଭିଡ୍ ବିରୋଧୀ ଅଭିଯାନ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଳି ଦାସ। ଡିଆର୍ଡିଏ ସମ୍ମିଳନୀ କକ୍ଷରେ ନରସି˚ହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ୍ ପକ୍ଷରୁ ଗତ ୨୨ ତାରିଖ ଦିନ ଏକ ସଭାରେ ଆୟୋଜନ କରାଯାଇ କରୋନା ଯୋଦ୍ଧାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହାକୁ ନେଇ ବିବାଦ ଦେଖା ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/DIPALI-DAS-f.jpg)