ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ତାଳସାରୀ ବେଳାଭୂମି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ ଘଟଣାରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀପ କାମିଳା ଗତକାଲି ଜାମିନ୍ରେ ଆସିଛନ୍ତି। ଆଜି ସଂଧ୍ୟାରେ ଶ୍ରୀ କାମିଳା ବାଲେଶ୍ୱର ଟାଉନ୍ ଥାନାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ଼ ପରେ ତାଙ୍କ ପତ୍ନୀ ରାଜେଶ୍ୱରୀଙ୍କୁ ମାଡ଼ ଘଟଣାରେ ଭୋଗରାଇ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାର ଡାକ୍ତର ସୁବୋଧ କୁମାର ବେଜ୍ ଓ ତାଳସାରୀ ମେରାଇନ୍ ଥାନା ଆଇଆଇସି ଯୋଗେନ୍ଦ୍ର ମଲ୍ଲିକଙ୍କ ନାଁରେ ଏତଲା ଦେଇଛନ୍ତି। ତେବେ ଏନେଇ ଟାଉନ୍ ଥାନା ମହିଳା ଅଧିକାରୀ ଅନ୍ନପୂର୍ଣ୍ଣା ଦାସଙ୍କୁ ପଚାରିବାରୁ ସେ ଆଇଆଇସି ଆସିଲେ ଏ ସମ୍ପର୍କରେ ଯାହା ବୁଝିବେ ବୋଲି କହିଥିଲେ। ସେହିପରି ଆଇଆଇସି ଶ୍ରୀ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ ଏତଲା ଦେଖିବା ପରେ ଯାହା ମନ୍ତବ୍ୟ ଦେବେ ବୋଲି ପ୍ରକାଶ କରିଥିଲେ।
ମନ୍ତ୍ରୀ ଅନନ୍ତଙ୍କ ନାଁରେ ଏତଲା ଦେଲେ ଦିଲ୍ଲୀପ
/sambad/media/post_attachments/wp-content/uploads/2018/02/anta-das.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)