ବାରିପଦା/ଖୁଣ୍ଟା : ସରକାରୀ କାମରେ ଅନିୟମିତତା, ପ୍ରିୟାପ୍ରୀତି ଆଦି ଅଭିଯୋଗ ନେଇ ଗତ ଶନିବାର ଦିନ ଖୁଣ୍ଟା ବ୍ଲକ୍ ପରିସରରେ ବିଧାୟକ ପ୍ରକାଶ ସୋରେନ୍ଙ୍କ ଉପସ୍ଥିତିରେ ତାଙ୍କର ସମର୍ଥକ ଏବଂ ଜନସାଧାରଣ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ବାହାର କରି ଫାଟକରେ ତାଲା ପକାଇ ଦେଇଥିଲେ। ଯାହାକୁ ନେଇ ବିଧାୟକଙ୍କ ସମେତ ଅନ୍ୟମାନଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ପ୍ରଶାସନ ଏବଂ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଅଭିଯୋଗରେ ଖୁଣ୍ଟା ଥାନା ପକ୍ଷରୁ କେସ୍ ନଂ ୧୨୬/୧୯, ଆଇପିସି ୧୪୭, ୧୪୮, ୩୫୩, ୧୮୬, ୩୪୨, ୫୦୬, ୧୪୯ରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ବିଧାୟକ ଶ୍ରୀ ସୋରେନ୍ଙ୍କ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିବା ମୟୂରଭଞ୍ଜ ଏସ୍ପି ସ୍ମିଥ୍ ପି. ପରମାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିଧାୟକ ଶ୍ରୀ ସୋରେନ୍ ସ୍ବାଗତ କରିଛନ୍ତି। କହିଛନ୍ତି, ଲୋକେ ତାଙ୍କୁ ନିର୍ବାଚିତ କରିଛନ୍ତି। ଜନସ୍ବାର୍ଥ ପାଇଁ ସେ ଜେଲ୍ ଯିବାକୁ ବି ପ୍ରସ୍ତୁତ। ବ୍ଲକ କର୍ତ୍ତୃପକ୍ଷ ଦୁର୍ନୀତିେର ବୁଡ଼ି ରହିଛନ୍ତି। ସାଧାରଣ ଲୋକଟିଏ ସରକାରୀ ଯୋଜନାରୁ କୌଣସି ସୁଫଳ ପାଉନି। ସେ ଓ ତାଙ୍କ ସମର୍ଥକମାନେ ସତ କଥା ଉପସ୍ଥାପନ କରିଥିବାରୁ ଔଷଧ ବିକଳରେ ତାଟିଆ କାମୁଡ଼ି ପ୍ରଶାସନ ଏମିତି ପଦକ୍ଷେପ ନେଇଛି। ତେବେ ଏଥିରେ ସେ ଦବି ଯିବେନି। ବ୍ଲକରେ ଚାଲିଥିବା ଭ୍ରଷ୍ଟାଚାର, ପିସି କାରବାର ବିରୋଧରେ ଜୋରଦାର ଆନ୍ଦୋଳନ କରିବେ।
ଖୁଣ୍ଟା ବ୍ଲକ୍ରେ ତାଲା ପକାଯିବା ଘଟଣା ଭିନ୍ନ ମୋଡ଼ ନେଲା : ବିଧାୟକଙ୍କ ନାଁରେ ଥାନାରେ ମାମଲା
ଔଷଧ ବିକଳରେ ତାଟିଆ କାମୁଡ଼ୁଛି ପ୍ରଶାସନ: ବିଧାୟକ
/sambad/media/post_attachments/wp-content/uploads/2019/10/prakash-fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)