ବିଧାୟକଙ୍କ ଭାଇ-ଭାଇ ବୋହୂଙ୍କ ବିରୋଧରେ ମାମଲା

କଟକ : ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସାନ ଭାଇ କୌଶିକ ସାମନ୍ତରାୟ ଓ ତାଙ୍କ ପତ୍ନୀ ଶିଖା ସାମନ୍ତରାୟଙ୍କ ବିରୋଧରେ ବାଦାମବାଡି ଥାନାରେ ମାମଲା ରୁଜୁ ହୋଇଛି। ବିଧାୟକଙ୍କ ଅନ୍ୟ ଜଣେ ଭାଇ ସିଦ୍ଧାର୍ଥ ସାମନ୍ତରାୟଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବାଦାମବାଡି ଥାନା ଆଇଆଇସି ବିରଂଚି ନାରାୟଣ ପତିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାୟକଙ୍କ ବାପା ସ୍ୱର୍ଗତ ନିତ୍ୟାନନ୍ଦ ସାମନ୍ତରାୟଙ୍କ ବେଡ୍‌ ରୁମ୍‌ ତାଲା ପଡିଥିବା ବେଳେ ତା’ ଭିତରକୁ କୌଶିକ ଓ ଶିଖା ସାମନ୍ତରାୟ ଗତକାଲି ଦିନ ସାଢେ ଦଶଟାରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଘରେ ବିଧାୟକ ନଥିବାରୁ ସେ ଆସିଲେ ତାଲା ଖୋଲି ଯିବାକୁ ସିଦ୍ଧାର୍ଥ ସେମାନଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସେମାନେ ଘର ଭିତରକୁ ଯିବାକୁ ଉଦ୍ୟମ କରିବା ସହ ସେଠାରେ ଥିବା ଅନ୍ୟ କର୍ମଚାରୀଙ୍କୁ ଗାଳିଗୁଲଜ, ଠେଲାପେଲା କରିଥିଲେ। ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ବାଦାମବାଡ଼ି ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି ବୋଲି ଶ୍ରୀ ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର