ସେଭେନ ହିଲ୍ସ ସଂପତ୍ତି ନିଲାମ ପାଇଁ ମାମଲା

କଟକ : ଅର୍ଥ ଲଗାଣକାରୀ ସଂସ୍ଥା ସେଭେନ୍‌ ହିଲ୍ସ ଗ୍ରୁପର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଅଦାଲତରେ ଆବେଦନ କରାଯାଇଛି। ରାଜ୍ୟ ଅର୍ଥ ବିଭାଗ ନିର୍ଦ୍ଦେଶରେ କଟକ ଏଡିଏମ୍‌ ତଥା କମ୍ପିଟେଣ୍ଟ ଅଥରିଟି ରଘୁରାମ ଆର୍‌. ଆୟାର ଓପିଆଇଡି ଆଇନର ଧାରା ୪ରେ ସେଭେନ ହିଲ୍ସ ଗ୍ରୁପର ସମ୍ପତ୍ତି ବାଜ୍ୟାପ୍ତି କରି ନିଲାମ ଲାଗି ଅନୁମତି ଲୋଡି ଏହି ଆବେଦନ କରିଛନ୍ତି। ଏହି ସଂସ୍ଥାର ଗଞ୍ଜାମ, ଢେଙ୍କାନାଳ, ଖୋର୍ଦ୍ଧା ଜିଲା ସମେତ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରେ ଥିବା ସପତ୍ତି, ଏକ କାର୍‌ ଓ ବ୍ୟାଙ୍କ ଜମା ବାଜ୍ୟାପ୍ତି ପାଇଁ ଆବେଦନ କରାଯାଇଛି। ସଂପତ୍ତି ବାଜ୍ୟାପ୍ତିରୁ ମିଳିବାକୁ ଥିବା ଅର୍ଥ ଏହି ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ ଏହି ସଂସ୍ଥାର ସଂପତ୍ତି ବାଜ୍ୟାପ୍ତି ପାଇଁ କ୍ରାଇମବ୍ରାଞ୍ଚ କ୍ରାଇମବ୍ରାଞ୍ଚ ଅର୍ଥ ନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପକ୍ଷରୁ ଅର୍ଥ ବିଭାଗକୁ ଚିଠି ଲେଖା ଯାଇଥିଲା। ଅର୍ଥ ବିଭାଗ ଏ ନେଇ ୨୦୧୮, ଫେବ୍ରୁଆରି ୫ରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ସେଭେନ୍‌ ହିଲ୍ସ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ୍‌ ବିରୋଧରେ ଏକାଧିକ ଠକେଇ ଜମି ଠକେଇ ନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ପରିଚାଳନା ନିର୍ଦ୍ଦେଶକ ମୁଟ୍ଟା ଶଙ୍କର ଶ୍ରୀନିବାସଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର