ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ହାରିବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିବା ବିଜେପି କହିଥିଲା । ଏଥିପାଇଁ ଦଳ ପକ୍ଷରୁ ଏକ ଗୁଇନ୍ଦା ରିପୋର୍ଟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ତଥାକଥିତ ଗୁଇନ୍ଦା ରିପୋର୍ଟ ପ୍ରଦର୍ଶନକରାଯାଇଥିଲା ।
କିନ୍ତୁ ଏହି ରିପୋର୍ଟ ନକଲି ବୋଲି ଓଡ଼ିଶା ପୁଲିସ କହିଛି । ନକଲି ରିପୋର୍ଟ ପ୍ରକାଶ କରିଥିବାରୁ ବିଜେପି ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇଛି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି କୁହାଯାଇଛି । ପୁଲିସ ବିଭାଗକୁ ବଦନାମ କରିବାକୁ ଏହି ଉଦ୍ୟମ କରାଯାଇଥିବାରୁ ଏହି ମାମଲା ରୁଜ୍ଜୁ ହୋଇଛି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ହିଞ୍ଜିଳି ସହିତ ପଶ୍ଚିମ ଓଡ଼ିଶାର ବିଜେପୁରରୁ ମଧ୍ୟ ଲଢିବା ବିଷୟରେ ଘୋଷଣା କରିଛନ୍ତି । ନବୀନଙ୍କ ଏହି ଘୋଷଣା ପରେ ବିଜେପି ଉପରୋକ୍ତ ଅଭିଯୋଗ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/bjp-3.jpg)