କେନ୍ଦୁଝରରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା

କଟକ : ଶ୍ରୀକ୍ଷେତ୍ର ଭଳି କେନ୍ଦୁଝର ଶ୍ରୀବଳଦବଜିଉ ମନ୍ଦିରରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ ଦର୍ଶାଇ ହାଇକୋର୍ଟରେ ଆବେଦନ ଦାଖଲ ହୋଇଛି।

ପହଣ୍ଡି ସେବାୟତ ଅନ୍ତର୍ଯ୍ୟାମୀ ପତି ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଆବେଦନରେ ଦର୍ଶାଯାଇଛି ଯେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ୪୫୦ ବର୍ଷ ହେବ ଅନୁଷ୍ଠିତ ହେଉଛି। ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭଳି ପରମ୍ପରା ଅନୁସାରେ କେନ୍ଦୁଝରରେ ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। କେନ୍ଦୁଝରର ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି ଏହି ରଥଯାତ୍ରାକୁ ସ୍ବତନ୍ତ୍ର ପରିଚୟ ଦେଇଛି।  ରଥଯାତ୍ରା ପାଇଁ କେନ୍ଦୁଝର ଏକ ପ୍ରକାର ପ୍ରସ୍ତୁତ ହୋଇ ସାରିଥିବା ବେଳେ ଜୁନ୍ ୧୦ ତାରିଖ ଦିନ ସ୍ବତନ୍ତ୍ର ରିଲିଫ କମିସନର ଘୋଷଣା କରିଥିଲେ ଯେ ଗତ ବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯିବ। ଏଭଳି ସ୍ଥିତିରେ କୋଭିଡ କଟକଣା ଭିତରେ ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରଦାନ ପାଇଁ ସେବକମାନେ ସରକାରଙ୍କୁ ଅନୁରୋଧ କରିଥିଲେ।  କିନ୍ତୁ କିଛି ପଦକ୍ଷେପ ନିଆ ନ ଯିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର