ବାଣପୁର : ଶନିବାର ମ଼ଧ୍ୟାହ୍ନରେ ବାଣପୁର ବ୍ଲକ୍ ନିକଟରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ବ୍ଲକ୍ ପରିସରକୁ ଅନଧିକାର ଭାବେ ପ୍ରବେଶ କରିବା ବେଳେ ପୁଲିସ ଓ ସାଧାରଣ ଜନତାଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗେଦ୍ଦବଙ୍କ ନାମରେ ମକଦ୍ଦମା ରୁଜୁ ହୋଇଛି।
ଅପରପକ୍ଷେ ଲୋକଙ୍କ ନିର୍ଘାତ ମାଡ଼ରେ ଗୁରୁତର ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ହେପାଜତରେ ତାଙ୍କୁ ଚିକିତ୍ସା କରାଯାଉଛି। ଆରୋଗ୍ୟ ଲାଭପରେ ତାଙ୍କୁ ଗିରଫ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି।
ଘଟଣା ପରେ ପରେ ରାଜନୈତିକ ଏବଂ ସାଧାରଣରେ ଉତ୍ତେଜନା ଲାଗିରହିଥିବାରୁ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ ବାଣପୁରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ସୂଚନା ଦେଇଛନ୍ତି।
ସମଗ୍ର ବ୍ଲକ୍ ପରିସର ପୁଲିସ ସୁରକ୍ଷା ବଳୟରେ ରହିଛି। ଆହତ ଥାନାଧିକାରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/prashanta-jagadev-1.jpg)