ସିଂହଦେଓ ଦମ୍ପତିଙ୍କ ନାମରେ ଠକେଇ ମାମଲା

ଭୁବନେଶ୍ୱର : ଜଣେ ମହିଳାଙ୍କୁ ଠକେଇ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ୍‌ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ ସ୍ବାମୀ ତଥା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ମାମଲା ରୁଜୁ କରିଛି। ଅଭିଯୋଗକାରିଣୀ ହେଲେ, ଭୁବନେଶ୍ୱର ସତ୍ୟବିହାରର ଅର୍ଚ୍ଚନା ନାଗ। ତାଙ୍କ ଅଭିଯୋଗ ମୁତାବକ, ଏକ ଲାଭଜନକ ବ୍ୟବସାୟ‌ରେ ପୁଞ୍ଜି ନିବେଶ କରିବାକୁ ସିଂହଦେଓ ଦମ୍ପତି ତାଙ୍କୁ ପ୍ରବର୍ତ୍ତାଇଥିଲେ। ତାଙ୍କ ପ୍ରରୋଚାନରେ ପଡ଼ି ଅର୍ଚ୍ଚନା ଲକ୍ଷାଧିକ ଟଙ୍କା ପୁଞ୍ଜିନିବେଶ କରିଥିଲେ। କିନ୍ତୁ ଗତ ଫେବ୍ରୁଆରି ମାସରେ ଅର୍ଚ୍ଚନା ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସେ ସଂଗୀତାଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଟଙ୍କା ଫେରାଇବା ବଦଳରେ ଦମ୍ପତି ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣାରେ କ୍ୟାପିଟାଲ ଥାନା ପୁଲିସ୍‌ ମହିଳାଙ୍କ ବୟାନ ରେକର୍ଡ କରାଇଛି।

ସମ୍ବନ୍ଧିତ ଖବର