ଦେବଗଡ଼,: ଦେବଗଡ଼ ଜିଲ୍ଲା ଓ ଦୌରାଜଜ୍ ଗୌତମ ଶର୍ମା ଏକ ହତ୍ୟା ମାମଲାର ଶୁଣାଣି କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନା ଅନୁଯାୟୀ, ୨୦୨୦ ମସିହା ଅଗଷ୍ଟ ମାସ ୨୨ ତାରିଖ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକିରା ଗ୍ରାମର ଗୋବିନ୍ଦ ମୁଣ୍ଡା(୬୦) ଓ ତାଙ୍କ ପୁଅ ଅମୂଲ୍ୟ (୩୫) ଘରକୁ ଫେରିବା ପରେ କୁକୁଡା ମାଂସ ତରକାରୀ ଖାଇବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ନିଶାଶକ୍ତ ଅବସ୍ଥାରେ ଥିବା ପୁଅ ଅମୂଲ୍ୟ ବାପାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲା।
ଫଳରେ ଗୋବିନ୍ଦଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅମୂଲ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବା ବେଳେ ୧୧ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ମାତ୍ର ଉପଯୁକ୍ତ ପ୍ରମାଣ ଅଭାବରୁ ଜିଲ୍ଲା ଓ ଦୌରାଜଜ୍ ଅମୂଲ୍ୟକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ବିକାଶ ପ୍ରଧାନ ମକଦ୍ଦମା ପରିଚାଳନା କରିଥିବା ବେଳେ ରିଙ୍କୁ ନାଥ ଓ ପ୍ରତାପ ପାତ୍ର ତାଙ୍କୁ ସହାୟତା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/26.jpg)