ସୁନ୍ଦରଗଡ଼: ହେମଗିରି ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅପହରଣ, ଗଣଦୁଷ୍କର୍ମ ପରେ ହରିୟାଣାରେ ବିକ୍ରି ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ରାୟ ପ୍ରକାଶ ପାଇଛି।
ମାମଲାରେ ଜଣେ ମହିଳା ସମେତ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଲେଖାଏ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନଦେୟ କାରାଦଣ୍ଡ ଅଧିକ ୬ ମାସ ବୃଦ୍ଧି ହେବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।
ଅନ୍ଯପଟେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି। ଦଣ୍ଡାଦେଶ ପାଇଥିବା ଅପରାଧୀମାନେ ହେଲେ ହେମଗିର ଥାନା ଅଞ୍ଚଳର ପଦ୍ମନ ମହାନନ୍ଦିଆ(୩୯), ଜୟପ୍ରକାଶ ପ୍ରଧାନ(୫୦), ରଘୁ ହଂସ(୩୫), ଜଗଦୀଶ ମୁନା ଗନ୍ଧା(୩୭) ଓ ସୌରେନ୍ଦ୍ରି ମହାନନ୍ଦିଆ(୩୨। ମାମଲାର ବିବରଣୀ ଅନୁସାରେ,ଘଟଣାଟି ହେମଗିରି ଥାନା ଅଞ୍ଚଳରେ ୧୩.୦୭.୨୦୧୬ ରାତିରେ ଘଟିଥିଲା।
ପୀଡ଼ିତା ଜଣକ ରାତିରେ ଶୌଚ ପାଇଁ ଘର ବାହାରକୁ ଆସିଥିବାବେଳେ ୪ ଅପରାଧୀ ତାଙ୍କୁ ଜବରଦସ୍ତ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ପରେ ପୀଡ଼ିତାଙ୍କୁ ଅନ୍ଯତମ ଅପରାଧୀ ସୌରେନ୍ଦ୍ରୀଙ୍କ ସହାୟତାରେ ହରିୟାଣାରେ ନେଇ ବିକ୍ରି କରି ଦେଇଥିଲେ। ଝିଅକୁ ନ ପାଇ ତାଙ୍କ ବାପା ବଲିଙ୍ଗା ଫାଣ୍ଡିରେ ନିଖୋଜ ଅଭିଯୋଗ କରିଥିଲେ।
ମାସେ ପରେ ହରିୟାଣାରୁ ଜିନ୍ଦ ଡିଷ୍ଟ୍ରିକ ଉଜାନାମଣ୍ଡି ଗ୍ରାମରେ ପୀଡ଼ିତା ଥିବା ନେଇ ଏକ ଫୋନ୍ କଲରେ ସୂଚନା ଆସିଥିଲା। ଏହା ପରେ ବାପା ୧୨.୮.୨୦୧୬ ସେଠାକୁ ଯାଇ ପୀଡ଼ିତାଙ୍କୁ ଉଦ୍ଧାର କରି ଆଣିଲା ପରେ ହେମଗିର ଥାନାରେ ଏତଲା ଦେଇଥିଲେ।
ଏନେଇ ହେମିଗିରି ଥାନାରେ ଭାରତୀୟ ଦଣ୍ଡବିଧି ଧାରା ୩୬୬,୩୭୬(ଡି),୩୭୬(୨)(ଜେ)(ଏନ୍),୩୭୦(୨)୨୪୪, ୫୦୬, ୩୭୯, ୩୪ରେ ମାମଲା ରୁଜୁ କରିଥିଲେ। ମାମଲାର ବିଚାର ଚାଲିଥିବାବେଳେ ୨୨ ଜଣଙ୍କ ସାକ୍ଷ୍ଯ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଓ ୩୬ ଗୋଟି ଦସ୍ତାବିଜକୁ ଆଧାର କରି ଜିଲ୍ଲା ଦୌରା ଜଜ ଦଣ୍ଡାଦେଶ କରିଛନ୍ତି। ଜିଲ୍ଲା ମୁଖ୍ୟ ଅଭିଯୋଜକ ଦିଲୀପ କୁମାର ମୁର୍ମୁ ପରିଚାଳନା କରୁଥିଲେ।
sundargarh | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/30/sale-of-disabled-woman-after-rape-5-sentenced-to-20-years-in-jail-2025-08-30-22-37-43.jpg)