କଟକ : ଓଡ଼ିଶା ହାଇକୋର୍ଟରେ ୨୦୧୭ ମସିହା ଶେଷ ସୁଦ୍ଧା ୧ ଲକ୍ଷ ୬୮ ହଜାର ୫୪୮ଟି ମାମଲା ବିଚାରାଧୀନ ରହିଥିବା ସୂଚନା ମିଳିଛିା ହାଇକୋର୍ଟ ୱେବ୍ସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୭, ଡିସେମ୍ବର ୩୦ ସୁଦ୍ଧା ୬ ହଜାର ୬୩ଟି ଆଗୁଆ ଜାମିନ୍ ଆବେଦନ, ୨ହଜାର ୯୫୫ଟି ନିୟମିତ ଜାମିନ୍ ଆବେଦନ, ୭୩ ହଜାର ୧୧୪ଟି ରିଟ୍ ପିଟିସନ୍(ଡବ୍ଲୁପି(ସି)), ୭୬୨ଟି ରିଟ୍ ଅଫ୍ ହେବିୟସ୍ କର୍ପସ (ଡବ୍ଲୁପିସିଆର୍ଏଲ୍), ୧୪ଟି ନିର୍ବାଚନୀ ପିଟିସନ୍, ୨ ହଜାର ୯୧୨ଟି ରିଟ୍ ଅପିଲ୍(ଜଣିକିଆ ବିଚାରପତିଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ଦାୟର ଅପିଲ୍), ୨ ହଜାର ୧୪ଟି ପୁନର୍ବିଚାର ଆବେଦନ(ରିଭ୍ୟୁ ପିଟିସନ୍) ସମେତ ମୋଟ୍ ୧ ଲକ୍ଷ ୬୮ ହଜାର ୫୪୮ଟି ମୋକଦ୍ଦମା ହାଇକୋର୍ଟରେ ବିଚାରାଧୀନ ରହିଛି। ୨୦୧୭ ବର୍ଷରେ ହାଇକୋର୍ଟରେ ୨୦ ହଜାର ୯୩୫ଟି ଆଗୁଆ ଜାମିନ୍ ଆବେଦନ, ୯ ହଜାର ୮୫୩ଟି ନିୟମିତ ଜାମିନ୍ ଆବେଦନ ଓ ୨୭ ହଜାର ୪୯୮ଟି ରିଟ୍ ପିଟିସନ୍ (ଡବ୍ଲୁପି(ସି)) ରୁଜୁ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନା ଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୧୭ ଜଣ ବିଚାରପତି ରହିଛନ୍ତି। ୨୦୧୭ ବର୍ଷରେ କାର୍ଯ୍ୟରତ ବିଚାରପତି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା। ବର୍ତ୍ତମାନ ହାଇକୋର୍ଟରେ ବହୁ ବିଚାରପତି ପଦ ଖାଲି ପଡିଥିବା ବେଳେ ୨୦୧୮ରେ ତିନି ଜଣ ବିଚାରପତି ଅବସର ଗ୍ରହଣ କରିବେ।