ସିଧାସଳଖ ଧାନ ସଂଗ୍ରହ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ

ଦୁଇ ଦଶନ୍ଧିରୁ ଅଧିକ ହେବ ବିଚାରାଧୀନ ଥିଲା ଆବେଦନ

କଟକ : ଧାନର ଅଭାବୀ ବିକ୍ରି, ଚାଷୀଙ୍କ ଠାରୁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଓ ରାଜ୍ୟ ସରକାର ସିଧାସଳଖ ଧାନସଂଗ୍ରହ କରିବା ପ୍ରସଙ୍ଗକୁ ନେଇ ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନକୁଳ କିଶୋର ମେର୍ଲି, ସଚ୍ଚିଦାନନ୍ଦ ବିଶ୍ବାଳ ଓ ଅନ୍ୟମାନଙ୍କ ପକ୍ଷରୁ ୨୧ ବର୍ଷ ତଳେ ଦାୟର ଅାବେଦନର ଶୁଣାଣିରେ ଅନ୍ତ ଘଟାଇଛନ୍ତି।

ପୂର୍ବରୁ ଶୁଣାଣି ଶେଷ କରିଥିବାବେଳେ ହାଇକୋର୍ଟ ଏ ସଂପର୍କିତ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଯଦି ଧାନର ଅଭାବି ବିକ୍ରିର ନିର୍ଦ୍ଦି‌ଷ୍ଟ ଘଟଣା ଥାଏ, ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥାନ୍ତି କିମ୍ବା ବିଧାନସଭା ଷ୍ଟାଣ୍ଡିଂ କମିଟିର ଅନୁମୋଦନ ରାଜ୍ୟ ସରକାର ବା ଏଫସିଆଇ କାର୍ଯ୍ୟକାରୀ ନ କରନ୍ତି, ତା’ହେଲେ ଆବେଦନକାରୀ ଚାହିଁଲେ ଆଇନ ଅନୁସାରେ ପ୍ରତିକାର ପାଇଁ ପରବର୍ତ୍ତୀ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୦୧ ଓ ୨୦୦୨ରେ ବଲାଙ୍ଗୀର, କଟକ ଓ କେନ୍ଦ୍ରାପଡ଼ାର ଚାଷୀମାନେ ହାଇକୋର୍ଟରେ ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର