ଭୁବନେଶ୍ବର : ଓଡ଼ିଆରେ ନାମ ଫଳକ ଲେଖି ନ ଥିବା ୮ଟି ପ୍ରତିଷ୍ଠାନ ବିରୋଧରେ ଓଡ଼ିଶା ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ଅନୁଯାୟୀ ଅଦାଲତରେ ମକଦ୍ଦମା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ।
ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାହୁ କହିଛନ୍ତି, ଓଡ଼ିଶା ଦୋକାନ ବଜାର ଓ ବାଣିଜ୍ୟ ଆଇନ ୧୯୫୬ର ୨୦୧୮ ମସିହା ମେ’ ୩୦ତାରିଖରେ କରାଯାଇଥିବା ସଂଶୋଧନ ଅନୁଯାୟୀ ସବୁ ସହରାଞ୍ଚଳରେ ବାଣିଜ୍ୟ ପ୍ରତିଷ୍ଠାନ ଓ ଶିଳ୍ପ ସଂସ୍ଥା ସମ୍ମୁଖରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ବର୍ତମାନ ସୁଦ୍ଧା ୪୬,୯୬୯ଟି ପଞ୍ଜୀକୃତ ବ୍ୟବସାୟିକ ସଂସ୍ଥା ଦ୍ବାରା ଓଡ଼ିଆ ଭାଷାରେ ନାମଫଳକ ଲେଖାଯାଇଛି। ଏହି ଆଇନକୁ କଡ଼ାକଡ଼ି ପାଳନ କରିବା ଲାଗି ସ୍ଥାନୀୟ ଶ୍ରମ ଅଧିକାରୀମାନେ ସେମାନଙ୍କ କ୍ଷେତ୍ର ପରିସରଭୁକ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ମାଲିକମାନଙ୍କୁ ଓଡ଼ିଆ ଭାଷାରେ ଲେଖିବା ପାଇଁ ସଚେତନ ସୃଷ୍ଟି କରୁଛନ୍ତି। ଖିଲାପକାରୀ ସଂସ୍ଥାମାନଙ୍କୁ ନିୟମିତ ନିରୀକ୍ଷଣ ମାଧ୍ୟମରେ ଏହାର ଅନୁପାଳନ ପାଇଁ ନିର୍ଦେଶ ଦେଇଥାନ୍ତି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/srikanta-sahu.jpg)