ଗଣଶିକ୍ଷା ବିଭାଗ ବିରୋଧରେ ୨୬ ହଜାରରୁ ଅଧିକ ମାମଲା

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିରୋଧରେ ସୁପ୍ରିମକୋର୍ଟ, ହାଇକୋର୍ଟ, ପ୍ରଶାସନିକ ନ୍ୟାୟାଧୀକରଣ ଓ ଶିକ୍ଷା ପ୍ରାଧୀକରଣରେ ମୋଟ୍‌ ୨୬,୫୪୦ଟି ମାମଲା ବିଚାରାଧୀନ ଅଛି। ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀ ଆହୁରି ଜଣାଇଛନ୍ତି, ମାମଲା ପରିଚାଳନା କରି ମାମଲା ହ୍ରାସ ପାଇଁ ଉପଯୁକ୍ତ ସମୟରେ ପିଡବ୍ଲ୍ୟୁସି/କାଉଣ୍ଟର୍ ତିଆରି କରାଯାଇ ନ୍ୟାୟାଳୟ‌େର ଦାଖଲ କରାଯାଉଛି। ଆବଶ୍ୟକ ସ୍ଥଳେ ନ୍ୟାୟାଳୟଙ୍କ ଆଦେଶ ଯଥା ସମୟରେ ଅନୁପାଳନ କରାଯାଉଛି। ନୋଡାଲ୍‌ ଅଫିସର୍‌ମାନଙ୍କୁ ନିୟମିତ ବିଭିନ୍ନ ଜିଲ୍ଲାକୁ ପଠାଯାଇ ଏହାର ତଦାରଖ କରାଯାଉଛି। ପ୍ରତି ମାସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ତଦାରଖ କରାଯାଇ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଉଛି।

ସମ୍ବନ୍ଧିତ ଖବର