କଟକ : ଓଡ଼ିଶା ହାଇକୋର୍ଟରେ ୨୦୧୮ ମସିହା ଶେଷ ସୁଦ୍ଧା ୧ ଲକ୍ଷ ୬୭ ହଜାର ୯୩୭ଟି ମାମଲା ବିଚାରାଧୀନ ରହିଥିବା ସୂଚନା ମିଳିଛି।
ହାଇକୋର୍ଟ େୱବ୍ସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ, ୨୦୧୮ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ୪ ହଜାର ୬୫୯ଟି ଆଗୁଆ ଜାମିନ୍ ଆବେଦନ, ୩ ହଜାର ୨୪୨ଟି ନିୟମିତ ଜାମିନ୍ ଆବେଦନ, ୭୫ ହଜାର ୧୭ଟି ରିଟ୍ ପିଟିସନ୍(ଡବ୍ଲୁପି(ସି)), ୭୮୧ଟି ରିଟ୍ ଅଫ୍ ହେବିୟସ୍ କର୍ପସ (ଡବ୍ଲୁପିସିଆର୍ଏଲ୍), ୧୩ଟି ନିର୍ବାଚନୀ ପିଟିସନ୍, ୩ ହଜାର ୨୯୮ଟି ରିଟ୍ ଅପିଲ୍(ଜଣିକିଆ ବିଚାରପତିଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ଦାୟର ଅପିଲ୍), ୧ ହଜାର ୫୪୫ଟି ପୁନର୍ବିଚାର ଆବେଦନ(ରିଭ୍ୟୁ ପିଟିସନ୍), ଗୋଟିଏ ମୃତ୍ୟୁଦଣ୍ଡ କନଫର୍ମେସନ୍ ମାମଲା(ଡିଏସ୍ଆରଇଏଫ୍) ସମେତ ମୋଟ୍ ୧ ଲକ୍ଷ ୬୭ ହଜାର ୯୩୭ଟି ମୋକଦ୍ଦମା ହାଇକୋର୍ଟରେ ବିଚାରାଧୀନ ରହିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୧୮ ବର୍ଷରେ ହାଇକୋର୍ଟରେ ୧୭ ହଜାର ୩ଶହରୁ ଅଧିକ ଆଗୁଆ ଜାମିନ୍ ଆବେଦନ, ୮ହଜାର ୨ଶହରୁ ଅଧିକ ନିୟମିତ ଜାମିନ୍ ଆବେଦନ ଓ ୨୩ ହଜାର ୩ଶହରୁ ଅଧିକ ରିଟ୍ ପିଟିସନ୍ (ଡବ୍ଲୁପି(ସି)) ରୁଜୁ ହୋଇଥିଲା।